ଜାତୀୟ ଯୁବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ ରାଉରକେଲାର ଜାତୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ଜାତୀୟ ଯୁବ ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଅଶ୍ୱିନୀ କୁମାର ରାୟ ମୁଖ୍ୟଅତିଥି ଓ ସମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାତୀୟ ଯୁବ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଆଚରଣ ଓ ଉଚ୍ଚାରଣର ସମନ୍ୱୟ ଥିଲେ ସ୍ୱାମୀ ବିବେକାନନ୍ଦ । ବିବେକାନନ୍ଦ ସବୁ ସମୟରେ ବୃହତ୍ତର ସ୍ୱାର୍ଥ, ଦେଶର ସ୍ୱାର୍ଥ, ଜାତିର ସ୍ୱାର୍ଥକୁ ନଜର ଦେଉଥିଲେ । ସେଥିପାଇଁ ସେ ଏକାଧାରରେ ବୌଦ୍ଧିକ, ଐଶ୍ୱରିକ, ଧାର୍ମିକ, ସାମାଜିକ ସଂସ୍କାରରେ ନିଜକୁ ବିଶ୍ଵ ଦରବାରରେ ପ୍ରମାଣିତ କରି ପାରିଥିଲେ । ସେ କର୍ମଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଗୀତା କିପରି ସର୍ବଶ୍ରେଷ୍ଠ ଗ୍ରନ୍ଥ ତାହାକୁ ବ୍ୟାଖ୍ୟା କରିଥିଲେ । ଏହା ସହ ଯୁବକଙ୍କ ସୃଜନଶୀଳତା, ଦେଶ ଗଠନ ଓ ଚରିତ୍ର ଗଠନରେ ଯୁବକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ରଶ୍ମିରଞ୍ଜନ ରାଉତ, ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ, ପ୍ରାଧ୍ୟାପକ ବନବିହାରୀ କିଷାନ, ପ୍ରାଧ୍ୟାପିକା ଭାରତୀ ବରୁଆ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଶ୍ରୀମତୀ ମଥାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଛାତ୍ର-ଛାତ୍ରୀ ତଥା ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ପ୍ରଭାତ ବଳ, ଅନିଲ ରାମ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ରାଜକୁମାର ସାହୁ, ସନ୍ତୋଷ ରଜାକ, ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ବୈଜୟନ୍ତୀ ବାରିକ, ଅମି ଢୋଲକିଆ, ରଚନା ମିଶ୍ର, ନିରୂପମା ବେହେରା, ଇପ୍ସିତା ପଣ୍ଡା, ଶର୍ମିଲା ମାଝି ତଥା ଅନିତା ଜଗଦ୍ଦେବ, ପୂଜାରାଣୀ ମହାପାତ୍ର, ପ୍ରଯୁକ୍ତା ଭବାନୀ ନାୟକ, ଅନୁଶ୍ରୀ ରାଉତ, ଅଭିଲିପ୍ସା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସାହୁ, ରୂପେଶ ଗୋପ, କ୍ରିଷ୍ଣା ଘସି, ବିଶାଲ ରାମ, ଛନ୍ଦା ଚରଣ ଭିତ୍ରିଆ, ରାଜା ଖେସ ପ୍ରମୁଖ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.