ଜାତୀୟ ଯୁବ ଦିବସ ଉପଲକ୍ଷେ କମ୍ବଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଇଣ୍ଡିଆ ତରଫରୁ ଜାତୀୟ ଯୁବ ଦିବସ ପାଳନ ଅବସରରେ ସେକ୍ଟର ୨୧ ନୟାବଜାର ସ୍ଥିତ ରାଧାକୃଷ୍ଣ (କୁଷ୍ଠରୋଗ) କଲୋନୀଠାରେ ଏକ ଆଲୋଚନାଚକ୍ର ଓ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ଓ ରଶ୍ମିତ ସାହାଣୀ ତଥା ସାମ୍ବାଦିକ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ଯୁବ ଦିବସ ପାଳନର ଆଭିମୁଖ୍ୟ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବା ସହ ଅନ୍ତେବାସୀଙ୍କୁ ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିବାକର ଦାସ, ଏସ୍‌. ତ୍ରିନାଥ ରାଓ ଓ ନନ୍ଦ କିଶୋର ପ୍ରମୁଖ ଉପସ୍ଥିତ ଥିଲାବେଳେ କଲୋନୀ ତରଫରୁ ବିଶ୍ଵାମିତ୍ର ଜଗଡେଲା, ପ୍ରହଲ୍ଲାଦ ମାଝୀ, ପ୍ରମୋଦ କୁମାର, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.