ଯଶୋଦା ଫାଉଣ୍ଡେସନ ପକ୍ଷରୁ ମାକ୍ସ ବଣ୍ଟନ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : କୋଭିଡ଼-୧୯ ମହାମାରୀ ଦ୍ଵାରା ଆଜି ସମଗ୍ର ବିଶ୍ୱ ଆତଙ୍କିତ । ଏହି ଆତଙ୍କକୁ ପରାହତ କରିବାକୁ ସରକାର ବିଭିନ୍ନ ସମୟରେ ତାଲା ବନ୍ଦ ଘୋଷଣା କରୁଛନ୍ତି । ଏହି ତାଲା ବନ୍ଦ ସମୟରେ ଗରିବ, ଖଟିଖିଆ, କ୍ଷୁଦ୍ର ବ୍ୟବସାୟୀ, ମୁଣ୍ଡ ବୋଝିଆ ବେପାରୀ ପରିବାର ପ୍ରତିପୋଷଣ କରିବାକୁ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ଗୁଜୁରାଣ ମେଣ୍ଟାଇବାକୁ ବାହାରକୁ ବାହାରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାକୁ ଆଖି ଆଗରେ ରଖି ଗଞ୍ଜାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ଫାଉଣ୍ଡେସନ ତରଫରୁ ମୁଣ୍ଡବୋଝିଆ ମହିଳା ଓ ପୁରୁଷ ପରିବା ବେପାରୀ, ମାଛ ବିକାଳୀ, ଛୋଟ ଦୋକାନୀ, ଟ୍ରଲି ରିକ୍ସା ବୁହାଳି, ଅଟୋ ରିକ୍ସା ଚଳାଉଥିବା ଡ୍ରାଇଭର, ସମ୍ବାଦପତ୍ର ବିତରକ, ତାସହ ଯେଉଁମାନେ ଶୀଘ୍ର ସଂକ୍ରମିତ ହେବାର ସମ୍ଭାବନା ଅଛି ସେମିତି ଗର୍ଭବତୀ ଓ ସ୍ତନ୍ୟପେୟୀ ମା, ଆଶା, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟକ ଆଦି ଛାମୁଆ କୋଭିଡ ଯୋଦ୍ଧା ଆଦିଙ୍କୁ ମାସ୍କ, ସାନିଟାଇଜର, ପଲ୍ସ-ଅକ୍ସି ମିଟର, ହାତ ଗ୍ଲୋବ୍‌ ଆଦି ଯାହାକୁ ଯାହା ଉପାଦେୟ ବଣ୍ଟା ଯିବା । ଆଜି ଗଞ୍ଜାମ ଏନ୍ଏସିର ୪ ନମ୍ବର ୱାର୍ଡରେ ଆରମ୍ଭ ହୋଇଥିବା ମମତା ଦିବସ ପରିପ୍ରେକ୍ଷୀରେ ଉପସ୍ଥିତ ରହିଥିବା ଗର୍ଭବତୀ ଓ ସ୍ତନ୍ୟପେୟୀ ମା, ଉପସ୍ଥିତ ଆଗୁଆ କୋଭିଡ ଯୋଦ୍ଧା, ସ୍ଥାନୀୟ ଟ୍ରଲି ଛକହକ, ଘରକୁ ଘର ଟକଇ କ୍ଷୀର – ଦହି ବିକୁଥିବା ମହିଳା, ପୁରୁଷ, ଗଞ୍ଜାମ ସହରରେ ମୁଣ୍ଡବୋଝିଆ ପରିବା ବିକାଳୀ, ରାସ୍ତା କଡ଼ର ନଡିଆ ପଇଡ ବେପାରୀ ଆଦିଙ୍କୁ ପିଲା ଓ ବଡ଼ଙ୍କ ସାଇଜର ୫ଟି ଲେଖା ମାସ୍କ ବଣ୍ଟା ଯାଇଛି । ଆଗାମୀ ଦିନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆହୁରି ବଣ୍ଟା ଯିବାକୁ ନିଷ୍ପତି ହୋଇଛି । ଯଶୋଦା ଫାଉଣ୍ଡେସନର ଏହି ଉଦ୍ୟମକୁ କୋଲକାତା ସ୍ଥିତ ଲିଲି ଫାଉଣ୍ଡେସନ ସହଯୋଗ କରୁଛି ।

Leave A Reply

Your email address will not be published.