ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାର ସର୍ବବୃହତ ଗ୍ରାମ ଭାବରେ ଚିର ପରିଚିତ ମେଣ୍ଡା ଗାଁକୁ ନୂତନ ବ୍ଲକ ଗଠନ ଦାବୀରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକ ଯୋଗଦାନ କରିଥିଲେ । ମେଣ୍ଡା ଗାଁଟି ଭୌଗୋଳିକ, ଗମନାଗମନ, ଜନସଂଖ୍ୟା ଦୃଷ୍ଟିକୋଣରୁ ବ୍ଲକ ହେବାପାଇଁ ଯୋଗ୍ୟ ହୋଇଥିବା ବେଳେ ଦେଉଳପଦର, ରାଣୀସାର୍ଡା, ପାଇକବାହାଲ, ପୁଆ, ଜରାଜରିଙ୍ଗ, ନାରାୟଣପୁର, ବାଲାଡି, ଛକୋରମାଲ, ଶିବତଲା ପ୍ରମୁଖ ଗ୍ରାମପଞ୍ଚାୟତକୁ ନେଇ ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ଦାବୀ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଗଲା । ଏକ କମିଟି ଗଠନ ଶହ ଆଗାମୀ ଦିନରେ ଏହି କମିଟି ଉପରୋକ୍ତ ଗ୍ରାମପଞ୍ଚାୟତର ଜନପ୍ରତିନିଧି ମାନଙ୍କ ଠାରୁ ସମ୍ମତି ପତ୍ର ଆଣିବା ପାଇଁ ପ୍ରସ୍ତାବ କରାଯାଇଥିଲା । ଆଗାମୀ ଦିନରେ ମେଣ୍ଡାକୁ ବ୍ଲକ ଘୋଷଣା ଦାବୀକୁ ଆହୁରି ଜୋରଦାର କରାଯିବ ସହ ବିଡ଼ିଓ, ଜିଲ୍ଲାପାଳ, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନା କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
Prev Post
Next Post