- ୧୩,୯୨୬ କୋଟି ଟଙ୍କାର ସବସିଡି ସହାୟତା ଏବଂ ପିଏମଏସଜି ଅଧୀନରେ ୮.୩ ଲକ୍ଷରୁ ଅଧିକ ଋଣ ଆବେଦନକୁ ମଞ୍ଜୁରୀ : ଏମବିୱାଇ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ଫେବୃଆରୀ, ୨୦୨୪ରେ ପିଏମ୍ ସୂର୍ଯ୍ୟ ଘର : ମାଗଣା ବିଜୁଳି ଯୋଜନା (ପିଏମଏସଜି:ଏମବିୱାଇ) ଆରମ୍ଭ କରିଥିଲେ, ଯାହାର ଲକ୍ଷ୍ୟ ଥିଲା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ୭୫,୦୨୧ କୋଟି ଟଙ୍କା ଖର୍ଚ୍ଚରେ ଆବାସିକ କ୍ଷେତ୍ରରେ ଏକ କୋଟି ଘରର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା (ଆରଟିଏସ୍) ସ୍ଥାପନ କରିବା ।
୦୯ ଡ଼ିସେମ୍ବର ୨୦୨୫ ସୁଦ୍ଧା, ସାରା ଦେଶରେ ମୋଟ ୧୯,୪୫,୭୫୮ ଆରଟିଏସ୍ ସିଷ୍ଟମ ସ୍ଥାପନ କରାଯାଇଛି, ଯାହା ୨୪,୩୫,୧୯୬ ପରିବାରକୁ ଲାଭ ପହଞ୍ଚାଇଛି । ଓଡିଶାରେ ୨୩,୭୭୪ଟି ଆରଟିଏସ୍ ସ୍ଥାପିତ ହୋଇଥିବା ବେଳେ ୨୪, ୧୨୫ଟି ପରିବାର ଉପକୃତ ହୋଇଛନ୍ତି । ଏହି ରାଜ୍ୟରେ ୩,୯୪୯ ଉପଭୋକ୍ତାଙ୍କ ଉପରେ ବିଜୁଳି ବିଲ୍ ପାଇଁ ବ୍ୟୟ ଶୂନ୍ୟ ରହିଛି । ଆରଟିଏସ୍ ସ୍ଥାପନ ପାଇଁ ଓଡିଶାରେ ୧୯,୭୬୩ ସିଏଫଏ ବଣ୍ଟନ କରାଯାଇଛି, ଯାହାର ମୂଲ୍ୟ ୧୫୧.୨୦ କୋଟି ଟଙ୍କା ରହିଛି। ୨୨,୩୨୪ଟି ଋଣ ଆବେଦନକୁ ମଧ୍ୟ ମଞ୍ଜୁର କରାଯାଇଛି ।
ଆରଟିଏସ୍ ସିଷ୍ଟମ ସ୍ଥାପନ ପରେ ଶୂନ୍ୟ ବିଦ୍ୟୁତ୍ ବିଲ୍ ପାଇଥିବା ହିତାଧିକାରୀଙ୍କ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅନୁଯାୟୀ ବିବରଣୀ, ଆବାସିକ ଗ୍ରାହକଙ୍କୁ ଦିଆଯାଇଥିବା ରିହାତି ଏବଂ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ବନ୍ଧକମୁକ୍ତ ଋଣ ସମ୍ପର୍କରେ ସଂଲଗ୍ନପତ୍ରରେ ଦିଆଯାଇଛି ।
ହିତାଧିକାରୀଙ୍କ ପାଇଁ ଆରଟିଏସ୍ ସିଷ୍ଟମର ଆର୍ଥିକ ଲାଭ ଏବଂ ସ୍ଵଳ୍ପ ବ୍ୟୟ ସାପେକ୍ଷତା ସୁନିଶ୍ଚିତ କରିବା ଲାଗି, କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ, ଆରଟିଏସ୍ ସିଷ୍ଟମ ସ୍ଥାପନ ପାଇଁ ୫.୭୫% (ରେପୋ ହାର ସହିତ ୦.୫୦ ବେସିସ୍ ପଏଣ୍ଟ) ସୁଧ ହାରରେ ବନ୍ଧକମୁକ୍ତ ଋଣ ଉପଲବ୍ଧ ।
ଏହା ସହିତ, ଗ୍ରାମୀଣ ପରିବାର କିମ୍ବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପାଇଁ ପିଏମଏସଜି:ଏମବିୱାଇ ଗ୍ରହଣକୁ ପ୍ରୋତ୍ସାହିତ କରିବା ଲାଗି, ମନ୍ତ୍ରଣାଳୟ ଉପଯୋଗିତା ନେତୃତ୍ୱାଧୀନ ଏକତ୍ରୀକରଣ (ୟୁଏଲଏ)/ ଆରଇଏସସିଓ ମଡେଲ ଅଧୀନରେ ଆରଟିଏସ୍ ସିଷ୍ଟମ ସ୍ଥାପନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ।
ଏହି ସୂଚନା କେନ୍ଦ୍ର ନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଦାଖଲ କରିଛନ୍ତି ।