ଭୁବନେଶ୍ୱର, (କେପିଏନ୍ଏସ୍) : ‘ସୌର ଜଳନିଧି’ ଦ୍ୱାରା ବିଜୁଳି ଅପହଞ୍ଚ ଅଞ୍ଚଳର ଚାଷ ଜମିରେ ସୁନିଶ୍ଚିତ ହେଉଛି ଜଳସେଚନ । ଫସଲ ଉତ୍ପାଦନ ସହ ଚାଷୀଙ୍କ ଆୟ ବୃଦ୍ଧିରେ ହେଉଛି ସହାୟକ । ରାଜ୍ଯର ଦୁର୍ଗମ ଅଞ୍ଚଳରେ ଚାଷୀଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେଉଥିବା ବେଳେ ଚଳିତ Budget4NewOdisha ରେ ଏଥିପାଇଁ ₹୨୫୦ କୋଟି ହୋଇଛି ବ୍ୟୟବରାଦ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।