oom

ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପରିଦର୍ଶନରେ ଏନ୍ଏମ୍ଏ ଅଧ୍ୟକ୍ଷ ଏବଂ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଦେଶର ପ୍ରାଚୀନ ଐତିହାସିକ ସ୍ଥଳି ରାଣୀପୁର ଝରିଆଲ ପରିଦର୍ଶନରେ ନେସନାଲ ମନୁମେଣ୍ଟ ଅଥୋରିଟି ଅଧ୍ୟକ୍ଷ କିଶୋର କୁମାର ବସା ଏବଂ ପୁରାତତ୍ୱ ସର୍ବେକ୍ଷଣ ବିଭାଗ ଓଡ଼ିଶାର ସୁପରିଟେଣ୍ଡେଣ୍ଟ ଡ଼ଃ. ଏନ୍. କେ ସ୍ୱାଇଁ ଆସି ବିସ୍ତୀର୍ଣ୍ଣ ପାହାଡ ଉପରେ ଥିବା ସମସ୍ତ ମନ୍ଦିର ବୁଲି ଦେଖିଥିଲେ । ୬୪ ଯୋଗିନୀ ମନ୍ଦିର ତଥା ବିଭିନ୍ନ ଦିଗକୁ ମୁହଁ କରିଥିବା ଛୋଟ ବଡ଼ ମନ୍ଦିର ମାନଙ୍କ ଇତିହାସ ବିଷୟରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ ଏବଂ ସମଗ୍ର ଭାରତ ବର୍ଷରେ ଥିବା ପ୍ରମୁଖ ପ୍ରାଚୀନ ଐତିହ୍ୟ ସ୍ଥଳି ମାନଙ୍କ ମଧ୍ୟରୁ ଏହି ପୀଠ ଏକ ଅନନ୍ୟ ଅଦ୍ଭୂତ ସ୍ଥାପତ୍ୟର ଧରୋହର ମୁଁ ଏଠାକୁ ଆସି ନିଜେ ଦେଖିପାରିଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ଏନ୍‌ଏମ୍‌ଏ ଅଧ୍ୟକ୍ଷ ଶ୍ରୀ ବସା କହିଥିଲେ । ଏହି ଅବସରରେ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟି ଏଏସ୍‌ଆଇର ବିଭିନ୍ନ କଟକଣା ଯୋଗୁଁ ପୀଠକୁ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ, ମାନସିକଧାରୀ, ପର୍ଯ୍ୟଟକ, କବି, ଗବେଷକ, କଳାକାର, ଐତିହାସିକ ବୃଦ୍ଧ, ବୃଦ୍ଧା ବିଶେଷ କରି ଦିବ୍ୟାଙ୍ଗ ମାନଙ୍କୁ ବେଶ୍ ହଇରାଣ ହରକତ ହେଉଥିବା ସୁପରିଟେଣ୍ଡେଣ୍ଟ ଶ୍ରୀ ସ୍ୱାଇଁଙ୍କୁ ଜଣାଇଥିଲେ । ପୀଠକୁ ଆସୁଥିବା ଲୋକଙ୍କୁ ବହୁ ଦୂରରେ ଅଟକାଇ ଚାଲିଚାଲି ମନ୍ଦିର ଯିବାକୁ ବାଧ୍ୟ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁ ବହୁ ହଇରାଣ ହରକତ ହେଉଥିବା ଯୋଗୁଁ ତାହା ବନ୍ଦ କରି ପଥର ଚଟାଣ ଆରମ୍ଭ ପର୍ଯ୍ୟନ୍ତ ଲୋକଙ୍କୁ ଛାଡିବା ପାଇଁ ଅନୁରୋଧ କରାଯାଇଥିଲା । ଟ୍ରଷ୍ଟ କମିଟି ରାଣୀପୁର ଝରିଆଲ ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଶୀଘ୍ର ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଏବଂ ସୋମ ପୁଷ୍କରିଣୀର ପଙ୍କୋଦ୍ଧାର ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ତେବେ ସମସ୍ତ ବିଷୟରେ ଅବଗତ ହେବା ସହ ନିଜେ ସ୍ଥିତି ଅନୁଧ୍ୟାନ କରି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପୀଠକୁ ଆସୁଥିବା ଲୋକଙ୍କୁ ଯେମିତି ଅସୁବିଧା ନ ହେବ ସେଭଳି ଦୂରତାରେ ଅଟକାଇବା ପାଇଁ ଜଗୁଆଳି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର ପ୍ରସାଦ ସ୍କିମରେ ରାଣୀପୁର ଝରିଆଲକୁ ନେଇ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପୀଠର ଉନ୍ନତି ଓ ବିକାଶ କାମ ଆରମ୍ଭ ହେବ ବୋଲି ସୁଚନା ଦେଇଥିଲେ ।

jittmm
Leave A Reply

Your email address will not be published.