ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିଥିବ ସୂଚନା ମିଳିଛି । ସୂଚନା ଅନୁଗତ ଯେ, ଗିରଫ ହୋଇଥିବା ଶ୍ରୀ ସାହୁ ଦେଢ ବର୍ଷ ପୂର୍ବେ ଜଣେ ବିଧବା ମହିଳାଙ୍କୁ ଚାଉଳ କାର୍ଡ କରିଦେବା ବାହାନାରେ ପଂଚାୟତ ଅଫିସକୁ ଡାକି ପଂଚାୟତ ଅଫିସରେ ଯୋଗାଣ ସହାୟକ ଶ୍ରୀ ସାହୁ ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ଅଫିସରେ କେହି ନଥିବାର ସୁଯୋଗ ନେଇ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଅନ୍ତରଂଗ ମୁହୂର୍ତ୍ତର ଭିଡିଓ ନିଜ ମୋବାଇଲରେ ରଖିଥିଲେ । ଗରବି ତଥା ଅସହାୟ ହୋଇଥିବାରୁ ସେତେବେଳେ ମହିଳା ଜଣକ ଚୁପ ହୋଇଯାଇଥିଲେ । କିନ୍ତୁ କିଛି ଦିନ ପରେ ପୁଣି ସେହି ମହିଳାଙ୍କୁ ପଂଚାୟତକୁ ଡାକିବାରୁ ମହିଳା ଜଣକ ଆସିନଥିଲେ । ଫଳରେ ଯୋଗାଣ ସହାୟକ ଶ୍ରୀ ସାହୁ ଭିଡିଓକୁ ଭାଇରାଲ କରିଦେଇଥିଲେ । ଭିଡିଓ ଭାଇରାଲ କରିଥିବା ଜାଣି ମହିଳା ଜଣକ ପଂଚାୟତ ଅଫିସକୁ ଆସି ଯୋଗାଣ ସହାୟକ ଶ୍ରୀ ସାହୁଙ୍କୁ ପ୍ରତିବାଦ କରିବାରୁ ଶ୍ରୀ ସାହୁ ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମହିଳାଙ୍କ ମୁଣ୍ଡରେ ବାରମ୍ବାର ଆକ୍ରମଣ କରିବାରୁ ମହିଳା ଜଣକ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରେ ମହିଳା ଜଣଙ୍କୁ ୧୦୮ ଆମ୍ବଲାନ୍ସରେ ଆଗଲପୁର ଓ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତରଖାନାରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ମହିଳା ଜଣକ ପଂଚାୟତ ଅଫିସକୁ ଯାଇ ଯୋଗାଣ ସହାୟକ ଶ୍ରୀ ସାହୁଙ୍କୁ ଚପଲରେ ମାଡ ମାରିଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାପରେ ଆଗଲପୁର ଥାନାରେ ଲିଖିତ ଅଭିେଯାଗ କରିଥିଲେ ପରେ ଆଗଲପୁର ପୋଲିସ ୧୮୬/୨୪ ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ପ୍ରକାଶ ଥାଉକି ମହିଳା ଜଣକ ବଲାଙ୍ଗିର ଏସପିଙ୍କ ପାଖରେ ମଧ୍ୟ ଲିଖିତ ଅଭିେଯାଗ କରିଥିଲେ । ତଦନ୍ତ ଦାୟିତ୍ୱରେ ଥିଲେ ବଲାଙ୍ଗିର ଏସଡିପିଓ । ଘଟଣା ପରେ ଫେରାର ଥିବା ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କୁ ଛତିଶଗଡ ସିଂଗୁଡା ଥାନା ଅଂଚଳରୁ ଗିରଫ କରି ଆଣି କୋର୍ଟ ଚାଲାଣ କରିଥିବା ଆଗଲପୁର ଥାନା ଅଧିକାରୀ ଶ୍ରୀ ବାସୁଦେବ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।