ଦେଓଗାଁ ବ୍ଳକରେ ଯୋଗଦେଲେ ୨ ଜଣ ଏବିଇଓ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିକ୍ଷା ବିଭାଗ କାର୍ୟ୍ୟାଳୟରେ ଗୁରୁବାର ଦିନ ସୋନପୁର ଜିଳ୍ଲା ତରଭା ବ୍ଳକ କୁମ୍ଭାରମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ମିଶ୍ର ଓ ଆଗଲପୁର ବ୍ଳକରୁ ଅଜିତ ସାହୁ ଦେଓଗାଁ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଯୋଗଦେଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକ ଶିକ୍ଷା କାର୍ୟ୍ୟାଳୟରେ ଜଣେ ଗୋଷ୍ଠି ଶିକ୍ଷା ଅଧିକାରୀ ସହ ୩ ଜଣ ଅତିରିକ୍ତ ଶିକ୍ଷା ଅଧିକାରୀ ପଦବୀ ଅଛି । କିଛି ଦିନ ପୂର୍ବରୁ ଦେଓଗାଁ ବ୍ଳକ ବନ୍ଧପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ସକିର୍ତ୍ତନ ବାଗ ବିଇଓ ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ଅଭାବରୁ ଖଗସିକନା ୟୁପିସ୍କୁଲର ଶିକ୍ଷକ ପିତବାସ ସେଠ ଓ ବଡ଼ବନ୍ଧ ୟୁପିସ୍କୁଲର ଶିକ୍ଷକଙ୍କୁ ଲୋଚନ ଛତ୍ରିଆଙ୍କୁ ଏବିଇଓ ଭାବେ ଦାୟିତ୍ବ‌ ଦିଆଯାଇଥିଲା । ଗୁରୁବାର ଦୁଇଜଣ ଏବିଇଓ ନିଯୁକ୍ତି ପାଇବା ପରେ ଦାୟିତ୍ବରେ ଥିବା ଦୁଇ ଜଣ ଶିକ୍ଷକଙ୍କୁ ନିଜ ସ୍କୁଲକୁ ଫେରି ଯିବାକୁ ପଡ଼ିବ । ପୂର୍ବରୁ ଥିବା ଏବିଇଓ ପଦ୍ମଲୋଚନ ମହନ୍ତ ଯଦିଓ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟରେ କାର୍ୟ୍ୟରତ କିନ୍ତୁ ଅନେକ କାରଣରୁ ତାଙ୍କୁ ନିଯୁକ୍ତିକୁ ଆନୁ‌ଷ୍ଠାନିକ ଭାବେ ଗ୍ରହଣ କରାଯାଇ ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । କୁଆଡ଼େ ସେ ଦୀର୍ଘ ଦିନ ବିନା କାରଣରେ ଅଫିସ ବାହାରେ ଥିଲେ । ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତିକୁ ନେଇ କୌଣସି ପ୍ରକାର ଚୁଡ଼ାନ୍ତ ହୋଇ ନ ଥିବାରୁ ଏବିଇଓ ସଂଖ୍ୟା ଦୁଇ ନା ତିନି ତାକୁ ନେଇ ଦେଓଗାଁ ବ୍ଲକର ଶିକ୍ଷା ପ୍ରେମୀମାନେ ସନ୍ଦେହରେ ପଡ଼ୁଛନ୍ତି ।

Leave A Reply

Your email address will not be published.