ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକଙ୍କ ଯୋଗଦାନ

ସଇଁତଲା, (ଖୁସିରାଣୀ ସାହୁ): ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକ ଭାବେ ବିଭୁତି ଭୂଷଣ ପଟେଲ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ.ଓ.ଏଫ.ଏସ.–୨୦୦୦ ବ୍ୟାଚ୍‌ର ଅଧିକାରୀ ଶ୍ରୀ ପଟେଲ, ମ୍ୟୁନିସନ ଇଣ୍ଡିଆ ଲିମିଟେଡ (ଏମ ଆଇ ଏଲ)ର ମୁଖ୍ୟାଳୟ ପକ୍ଷରୁ ନିଯୁକ୍ତ ହୋଇ କାରଖାନାର ଦାୟିତ୍ଵ ନେଇଛନ୍ତି । ପୂର୍ବରୁ ଶ୍ରୀ ପଟେଲ, ଗୋଳାବାରୁଦ କାରଖାନା ବଡମାଳରେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଅବସ୍ଥାପିତ ହୋଇ ଅନୁଭୂତି ପ୍ରାପ୍ତ ହୋଇଥିବାରୁ, ତାଙ୍କ କାର୍ଯ୍ୟକାଳରେ କାରଖାନା ଉତ୍ପାଦନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଆଶା ନେଇ କର୍ମଚାରୀ ମହଲରେ ଖୁସିର ମାହୋଲ ଖେଳିଯାଇଛି । ସେହିପରି, ଦାୟିତ୍ଵ ଗ୍ରହଣ କରିବା ପରେ ଶ୍ରୀ ପଟେଲ ଆୟୋଜିତ ମିଟିଂ ମାଧ୍ୟମରେ, କାରଖାନା ପରିଚାଳନା ପାଇଁ ନିଜ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏଠାରେ, ପ୍ରକାଶଯୋଗ୍ୟ ଯେ, କାରଖାନାର ଅସ୍ଥାୟୀ ଅଧିକାରୀ ଭାବେ ଅବସ୍ଥାପିତ ପ୍ରମୋଦ ଭିସେକରଙ୍କ ପୁଣେ ସ୍ଥିତ ଏଚ.ଇ.ଏଫ. କୁ ସ୍ଥାନାନ୍ତରଣ ପରେ ଶ୍ରୀ ପଟେଲଙ୍କୁ ମୁଖ୍ୟ ମହାପ୍ରବନ୍ଧକ ଦାୟିତ୍ଵ ଦିଆଯାଇଛି ।

Leave A Reply

Your email address will not be published.