ଗାନ୍ଧୀ ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରୁଛି । ଯୋଗ ହେଉଛି ଶାରୀରିକ ବ୍ୟାୟାମର ଏକ ପ୍ରାଚୀନ ଅଭ୍ୟାସ । ଯୋଗ ଅଭ୍ୟାସରେ ଶାରୀରିକ ବ୍ୟାୟାମକୁ ‘ଆସନ’ କୁହାଯାଏ । ଯୋଗ ମନ, ଶରୀର ଏବଂ ଆତ୍ମା ​​ମଧ୍ୟରେ ସାଧାରଣ ସୁସ୍ଥତା ଏବଂ ସମନ୍ୱୟ ବୃଦ୍ଧି କରିବାକୁ ଚେଷ୍ଟା କରେ । ସହଯୋଗ ଫାଉଣ୍ଡେସନ ଦ୍ୱାରା ଆଜି ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ଯୋଗ ଶିବିରରେ ମୁଙ୍ଗେର ଯୋଗଗୁରୁ ସ୍ୱାମୀ ବିଜ୍ଞାନ ଚୈତନ୍ୟଙ୍କ ଦିଗ୍‌ଦର୍ଶନରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ୪୦୦ରୁ ଅଧିକ ଲୋକ ଯୋଗର ଲାଭ ଉଠାଇଥିଲେ । ରାମ ନାରାୟଣ ଦାସ, ଆର୍ତ୍ତତ୍ରାଣ ପାଢ଼ୀ, ଡକ୍ଟର ପଞ୍ଚନନ ପ୍ରଧାନ, ପରେଶ ଅଗ୍ରୱାଲ, ଅବନୀଶ ଅଗ୍ରୱାଲ, ପୀୟୁଷ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ସୁଦୀପ୍ତ ତ୍ରିପାଠୀ, ତୁଫାନ ପାତ୍ର ଏହି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ । ସହଯୋଗ ଫାଉଣ୍ଡେସନର ସମ୍ପାଦିକା ପିଙ୍କି ମୋଦୀ ସୂଚନା ଦେଇଛନ୍ତି ଯେ, ଆସନ୍ତା ବର୍ଷ ଯୋଗ ଶିବିରର ୨୦୦୦ରୁ ଅଧିକ ଲୋକ ସଂଗଠିତ କରିବାର ଯୋଜନା ରହିଛି ।

Leave A Reply

Your email address will not be published.