oom

ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ନିକଟ ଗୋଷ୍ଠୀ କେନ୍ଦ୍ରରେ ହେବ ଜେଏମ୍‌ଏଫ୍‌ସି କୋର୍ଟ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଜମିରେ ଜେଏମ୍‌ଏଫ୍‌ସି କୋର୍ଟ ନିର୍ମାଣ ପାଇଁ ଶୁକ୍ରବାର ଦିନ ଜିଲ୍ଲା ଜଜ୍ ଲୋକନାଥ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାସହ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗୋଷ୍ଠୀ କେନ୍ଦ୍ରଠାରେ ଅସ୍ଥାୟୀ ଭାବେ ଜେଏମ୍‌ଏଫ୍‌ସି କୋର୍ଟର ଶୁଭାରମ୍ଭ ହେବା ବୋଲି ପ୍ରକାଶ କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଜିଲ୍ଲା ଜଜ୍‌ଙ୍କ ପରିଦର୍ଶନ ସମୟରେ ତହସିଲଦାର ଆଦିତ୍ୟ ମିଶ୍ର, ବିଡ଼ିଓ ରଶ୍ମିରଞ୍ଜନ ରାଉତ, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଥାନା ଅଧିକାରୀ ରମାକାନ୍ତ ସାହୁ, ବରିଷ୍ଠ ଆଇନଜୀବୀ ଦର୍ପାଗଞ୍ଜନ ପଟ୍ଟନାୟକ, ପବିତ୍ର ପଟେଲ, ବିଧାୟକ ପ୍ରତିନିଧି ରମେଶ ପଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପ୍ର ବିଶି, ଜେଇ ରାଜକିଶୋର ନାଏକ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.