ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଲୱେ ପୋଲିସ ନିଜ କର୍ତ୍ତବ୍ୟ ଏବଂ ମାନବତାର ଭଲ ପରିଚୟ ଦେଇଛନ୍ତି । କାଲି ଟିଟିଲାଗଡ ସହରର ନିରଞ୍ଜନ ଶର୍ମାଙ୍କ ଆତ୍ମୀୟ ବିଶାଖାପଟନମରୁ କେସିଙ୍ଗା ଲିଙ୍କ ଏକ୍ସପ୍ରେସ୍ରେ ଫେରୁଥିଲେ । ଭୁଲବଶତଃ ତାଙ୍କର ହାଣ୍ଡ ବ୍ୟାଗ୍ ଏବଂ ମୋବାଇଲ ଟ୍ରେନର ଏ ୱାନ ଚାରି ନମ୍ବର ସିଟରେ ଛାଡ଼ି ଦେଇଥିଲେ । ତୁରନ୍ତ କେସିଙ୍ଗା ଷ୍ଟେସନ ମାଷ୍ଟରଙ୍କୁ କହିବା ପରେ ସେ ଟିଟିଲାଗଡ଼ ଆର ପି ଏଫ ସହିତ ସମ୍ପର୍କ କରିଥିଲେ । ଆର ପି ଏଫ ତୁରନ୍ତ ଟିଟିଲାଗଡ଼ରେ ଲିଙ୍କ ଏକ୍ସପ୍ରେସ୍ରୁ ମୋବାଇଲ ଏବଂ ହାଣ୍ଡବ୍ୟାଗ୍ ଉଦ୍ଧାର କରି ସକାଳେ ଯାତ୍ରୀଙ୍କ ସମ୍ପର୍କୀୟ ଟିଟିଲାଗଡ ନିବାସୀ ନିରଞ୍ଜନ ଶର୍ମାଙ୍କ ହାତରେ ସଠିକ୍ ଭାବେ ହସ୍ତାନ୍ତର କରିଛନ୍ତି । ସେହି ବ୍ୟାଗ ଭିତରେ ଥିବା ସମସ୍ତ ସାମଗ୍ରୀ ସହ ଭିତରେ ଥିବା ୪୬୦୦ ଟଙ୍କା ବି ଫେରାଇ ଦେଇଥିଲେ । ଏ ହେଉଛି ରେଳବାଇ ସୁରକ୍ଷା ବଳ ସୁରକ୍ଷା କର୍ମୀଙ୍କ ଦାୟିତ୍ଵ ସହ ଯାତ୍ରୀଙ୍କୁ ସେବା ପ୍ରଦାନ । ଟିଟିଲାଗଡ ଆର ପି ଏଫର ଏହି କାର୍ଯ୍ୟ ପାଇଁ ରେଳଯାତ୍ରୀଙ୍କ ଭରସା ଆହୁରି ନିଶ୍ଚୟ ବୃଦ୍ଧି ପାଇବ ବୋଲି କହିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ନିରଞ୍ଜନ ଶର୍ମା ।
Prev Post