ନୂଆପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ତାଲା ପକାଇ ଘେରିଲେ ବସିଲେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ସଭ୍ୟସଭ୍ୟା

ନୂଆପଡ଼ା, (ଅଜିତ ବେହେରା ) : ନୂଆପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ନୂଆପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ତାଲା ପକାଇ ଘେରିଲେ ବସିଲେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ସଭ୍ୟସଭ୍ୟା । କୌଣସି ନିଷ୍ପତ୍ତିରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଗ୍ରାଧିକାର ଦେଉନଥିବା ବେଳେ ମନମୁଖୀ କାର୍ଯ୍ୟକଳାପ, ଅଧ୍ୟକ୍ଷା ସମେତ ସଭ୍ୟସଭ୍ୟାଙ୍କୁ ଅଣଦେଖା କରାଯାଉଛି । କାର୍ଯ୍ୟାଳୟରେ ସେ, ସାମାନ୍ୟ ସୂଚନା ଦେବାକୁ ବାରଣ କରୁଥିବା ବେଳେ ନିଜ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅବମାନନା ମନୋଭାବ ଲାଗି ଆଜି ଉତ୍ୟକ୍ତ ହୋଇ ସମସ୍ତ ଜିଲ୍ଲା ପରିଷଦ, ସଭ୍ୟସଭ୍ୟାଙ୍କ ସହ ଅଧ୍ୟକ୍ଷା ଡଲି ମାଝୀ ଧାରଣ ବସିଥିଲେ । ଘଟଣା ସ୍ଥଳକୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଯାଇ ବୁଝାସୁଝା କରିଥିଲେ ମଧ୍ୟ ବୁଝିନଥିଲେ । ଜିଲ୍ଲାପାଳ ଫୋନ ଯୋଗେ ସମସ୍ତ ବିଷୟ ଉପରେ ବିଶେଷ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇ ୫ ଟାରେ ବୈଠକ ପାଇଁ କହିବା ପରେ ଧାରଣା ସ୍ଥଗିତ କରି ଧାରଣାରୁ ଓହରି ଥିଲେ ।

Leave A Reply

Your email address will not be published.