ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ : ସାରସମାଳର ଏସଏଚଜିଙ୍କ କାମ ସହ ସିଲେଟକାନିରେ ହସ୍ତତନ୍ତ୍ର ଓ ବଡବନ୍ଧରେ ବାଉଁଶ ହସ୍ତକଳାକୁ ଦେଖି କଲେ ପ୍ରଶଂସା
ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୯ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରଣା ସାରସମାଲ ପଞ୍ଚାୟତର ଚୋରମରା ଓ କନକପୁର, ବଡ଼ବନ୍ଧ ପଞ୍ଚାୟତର ବଡ଼ବନ୍ଧ ଓ ସିଲେଟକାନୀ, ମୁକନ୍ଦପୁର ପଞ୍ଚାୟତର ଥାଲବନ୍ଧ ଓ ଭୀମଡୁଙ୍ଗରୀ ଏବଂ ବନ୍ଧପାଲି ଗାଁକୁ ଯାଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିବା ଜଣାପଡ଼ିଛି । ପ୍ରଥମେ ସାରସମାଲ ପଞ୍ଚାୟତର ଚୋରମରା ଗାଁକୁ ଯାଇ ବିଭିନ୍ନ ସ୍ବୟଂ ସହାୟକ ଦଳରେ ଥିବା ୫୪ଜଣ ମାଁ ସଂଗ୍ରହ କରିଥିବା ୪ଟନ୍ ହରଡ଼ା ବିଷୟରେ ଦଳମାନଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସେହିପରି କନକପୁର ସାରସମାଲ ରାସ୍ତାରେ ହୋଇଥିବା ନରେଗା ଯୋଜନାରେ କରାଯାଇଥିବା କାମକୁ ସମୀକ୍ଷା କରିଥିଲେ । ସେହିପରି ବଡ଼ବନ୍ଧ ପଞ୍ଚାୟତର ସିଲେଟକାନୀ ଗାଁରେ ୪୦ଜଣ ହସ୍ତତନ୍ତ୍ର କାରିଗରଙ୍କ ତିଆରି କରାଯାଇଥିବା ସାମଗ୍ରୀ ଓ ବଡ଼ବନ୍ଧ ଗାଁର ବାଉଁସ କାରିଗରଙ୍କ ବିଭିନ୍ନ ହସ୍ତକଳା ଦେଖିଥିଲେ । ସେହିପରି ମକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଜୟମାଁ ଦୁର୍ଗା ସ୍ବୟଂ ସହାୟକ ଦଳର ମାଁମାନେ କିପରି ଭାବେ ଖରିଫ ଧାନ ସଂଗ୍ରହ କରୁଛନ୍ତି ସେହି ବିଷୟରେ ପଚାରି ବୁଝିଥିଲେ । ତାପରେ ବନ୍ଧପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍କୁଲ ବାଡ଼ା ଓ ପାନୀୟ ଜଳ ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ପର୍ୟ୍ୟଟନ ସ୍ଥଳ ଭାବେ ମାନ୍ୟତା ପାଇଥିବା ଭୀମଡୁଙ୍ଗୁରୀ ଗାଁ ନିକଟରେ ଥିବା ଭୀମପାହାଡ଼କୁ ଯାଇ ଜଙ୍ଗଳ ବିଭାଗ ପକ୍ଷରୁ କରାଯାଇଥିବା ପାନୀୟ ଜଳ ଯୋଗାଣରେ ବିଳମ୍ବ, ବିଦ୍ୟୁତ ସଂଯୋଗରେ ଅବହେଲାକୁ ସମୀକ୍ଷା କରିବା ସହ ଭୀମକଟାରେ ହୋଇଥିବା ନିମ୍ନମାନର କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ଦେଓଗାଁ ଭାରପ୍ରାପ୍ତ ବିଡିଓ ରୁଦ୍ର ପ୍ରସାଦ ସୁନା, ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରଦିପ ଛତ୍ରିଆ, ସହକାରୀ ଯନ୍ତ୍ରୀ ମୋହନ ମହାଲିଙ୍ଗ, କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ମହାନ୍ତି, ମକୁନ୍ଦପୁର ସରପଞ୍ଚ ସରପଞ୍ଚ ବାଳକ ପଧାନ, ପ୍ରମୋଦ ପହିଦାର, ଅଭିମନ୍ୟୁ ମାଝୀ, ହଳଧର କଅଁର, ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।