ଜିଲ୍ଲାପାଳଙ୍କ ନିର୍ମାଣାଧୀନ ବିଭିନ୍ନ କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ତଥା ବରଗଡ଼ ପୌର ପରିଷଦର ପ୍ରଶାସକ ଶ୍ରୀମତୀ ମୋନିଷା ବାନାର୍ଜୀ ଆଜି ମଳ ଉପଚାର ପ୍ଲାଣ୍ଟର ତଦାରଖ କରିଥିଲେ । ଭଟଲି ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମ ନିକଟରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ମଳ ଉପଚାର ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାରମ୍ଭିକ ପରୀକ୍ଷଣର ତଦାରଖ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ପ୍ଲାଣ୍ଟ ଦ୍ୱାରା ଶୁଖିଲା ମଳକୁ କମ୍ପୋଷ୍ଟ ଖତ କରାଯାଇ ଜମିରେ ଉପଯୋଗ କରାଯାଇ ପାରିବ । ସେହିପରି ସେଥିରେ ଥିବା ପାଣିକୁ ମଧ୍ୟ ଜମିରେ ମଡାଯାଇ ଜୈବିକ ସାରର ଉପଯୋଗୀ ହୋଇପାରିବ । ଏହା ବ୍ୟତୀତ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବରଗଡ଼ ପଞ୍ଚାୟତ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ୍‌ପାର୍କ ଏବଂ ଜୀରା ନଦୀ ଉପରେ ନିର୍ମାଣାଧିନ ଥିବା ନୂତନ ପୋଲର କାର୍ଯ୍ୟକୁ ବୁଲି ଦେଖିଥିଲେ । ତେବେ ଠିକା ସଂସ୍ଥାର କାର୍ଯ୍ୟ ଗତିରେ ମନ୍ଥରତା ଯୋଗୁଁ ଏହା ଆଗେଇ ପାରୁନଥିବା ଅନୁଭବ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଏହାର କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.