ppurohit

ବିଜେପି ଦଳକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ବାଏ ବାଏ : ବିଜେଡି ଦଳରେ ହାଜର

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ସବୁ ଦଳରେ ନେତାଙ୍କ ଅଦଳ ବଦଳ ଲାଗି ରହିଥାଏ ହେଲେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ ବିଜେପି ଦଳରୁ ବିଧିବଦ୍ଧ ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ପରିଷଦ ସଭାପତି ଶିବାଜୀ ମହାନ୍ତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଅନ୍ୟପଟେ ପାଣ୍ଡବଙ୍କ ଦଳ ଅଦଳ ବଦଳ ବଡ଼ କଥା ନୁହଁ ମନ ଇଚ୍ଛା ଲାଗିଲେ ଦଳ ଅଦଳ ବଦଳ କରନ୍ତି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ କିଛି ଦିନ ହେଲା ବ୍ଳକର ଡୁଙ୍ଗୁରିପାଲି ପଞ୍ଚାୟତରେ ଗୋଚର ଜମିରେ ସୋଲାର ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ବିବାଦ ସୃଷ୍ଟି ହୋଇଛି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜନ ପ୍ରତିନିଧି ଭାବେ ସେ ଲୋକଙ୍କୁ ସମର୍ଥନ କରି ଆସିଛନ୍ତି । କିନ୍ତୁ ଦଳର କେତେକ ବରିଷ୍ଠ ନେତା ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ବେଳେ ଶେଷରେ ବାଧ୍ୟ ହୋଇ ଦଳକୁ ବାଏ ବାଏ କହିଥିବା ପାଣ୍ଡବ କହିଛନ୍ତି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଳକରେ ବିଜେପି ନେତାଙ୍କ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ତେବେ ଗତ ୨୦୧୭ ମସିହାରେ ବିଜେଡି ଦଳ ପାଣ୍ଡବ ସାହୁଙ୍କୁ ଟିକଟ ଦେଇନଥିଲା ଶେଷରେ ଶଙ୍ଖ ଛାଡି ପଦ୍ମ ପୋଖରୀ ପାହାଚରେ ପାଦ ପକାଇଥିଲେ । ଟିକଟ ଦେବା ପରେ ୩୧ ନମ୍ବର ଜୋନରେ ବିଜେପି ଦଳ ପକ୍ଷରୁ ଲଢେଇ କରି ବିଜୟ ହାସଲ କରିଥିଲେ । ଏହା ପରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓଙ୍କ ଆଶୀର୍ବାଦରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚନ ହୋଇ ଚର୍ଚ୍ଚାରେ ରହିଥିଲେ । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଏବେ ବିଜେପି ଦଳକୁ ବାଏ ବାଏ କହି ପୁଣି ବିଜେଡି ଦଳରେ ହେଲୋ ହାଏ କରିବେ ବୋଲି ଅନେକ ଚର୍ଚ୍ଚା ଲୋକଙ୍କ ମଧ୍ୟରେ ଦେଖା ଦେଇଛି ।

Leave A Reply

Your email address will not be published.