ls

ଜିିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ମୃତ୍ୟୁ : ବିଜେଡି ଟିକେଟ୍‌ରେ ହୋଇଥିଲେ ପ୍ରାର୍ଥୀ

sb

କେନ୍ଦୁଝର : ବିଜେଡି ଟିକେଟ୍‌ରେ ନିର୍ବାଚନ ମଇଦାନକୁ ଆସିଥିବା ଜିିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସରପଞ୍ଚ ଅନାଦି ସିଂହ(୫୯) ଏଥର ୮ ନମ୍ବର ଜୋନ୍‌ ପାଇଁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିଲା । ସେ ଜ୍ଗରରେ ପୀଡିତ ଥିବାରୁ ତାଙ୍କୁ ଗତକାଲି ଘଟଗାଁ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତ ରାତିରେ ସେ ସୁସ୍ଥ ଥିଲେ । ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଆଜି ସକାଳୁ ମଧ୍ୟ ତାଙ୍କର ଦେହ ସୁସ୍ଥ ଥିଲା । କିନ୍ତୁ ଆଜି ଦିନ ୧୨ଟା ବେଳକୁ ସ୍ୱସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ପରେ ଅନାଦିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

pc pk
Leave A Reply

Your email address will not be published.