oom

ମ.ରାମପୁର ଜିଲ୍ଲାପରିଷଦ ଜୋନ୍ କ : ବିଜେଡ଼ିରୁ ପୁଷ୍ପେନ୍ଦ୍ର, ବିଜେପିରୁ ଶ୍ରୀକାନ୍ତ, କଂଗ୍ରେସରୁ ଦୁଷ୍ମନ୍ତ ଓ ବିଜେଡ଼ି ବିଜେପି ଦ୍ୱିମୁଖୀ ଲଢେଇ ସମ୍ଭାବନା

jsmm

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସହରରୁ ଗାଁ ସବୁଠି ରାଜନୈତିକ ପାଣିପାଗ ଉଷ୍ମ ରହିଥିବା ବେଳେ ସମସ୍ତଙ୍କ ନଜର ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ‘କ’ ଉପରେ ରହିଥିଲା । ବିଜେଡ଼ି ଦଳରୁ ଆଶାୟୀଙ୍କ ଲମ୍ବା ତାଲିକା ରହିଥିଲା ଏବଂ ନାନା କଳ୍ପନା ଜଳ୍ପନା ବି ଚାଲିଥିଲା । ଅନେକ କଥା ବି ଶୁଣିବାକୁ ମିଳୁଥିଲା ଦଳୀୟ ମୋହର ଉପରେ । ଯୁବ ନେତୃତ୍ୱକୁ ନେଇ ଅନେକ ଆଲୋଚନା କରୁଥିଲେ ହେଁ ମ.ରାମପୁର ଭଳି ଜୋନ୍‌ରେ ହେଭି ୱେଟ୍ ପ୍ରାର୍ଥୀଙ୍କ ଆବଶ୍ୟକତାକୁ ଦଳ ଅନୁଭବ କରି ଶେଷକୁ ଏହି ଜୋନ ପାଇଁ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କୁ ନିଜର ଦଳୀୟ ପ୍ରାର୍ଥୀ କରିଥିବା ଜଣାଯାଇଛି । ଆଜି ଶ୍ରୀ ସିଂହଦେଓ ନିଜ ସମର୍ଥକଙ୍କ ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ତେବେ କଡ଼ା ଟକ୍କର ଏଥର ବିଜେଡ଼ି ଏବଂ ବିଜେପି ମଧ୍ୟରେ ହେବ ବୋଲି ଆଶା କରିଛନ୍ତି ଜନସାଧାରଣ । କାରଣ ବିଜେପି ନିଜର ଦଳୀୟ ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଜଣାଶୁଣା ବିଜେପି ନେତା ଶ୍ରୀକାନ୍ତ ହୋତାଙ୍କୁ ଏହି ଜୋନରେ ଚୟନ କରିଥିବା ସୂଚନା ମିଳିଛି । ତେବେ ବିଜେପି ପ୍ରାର୍ଥୀ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାଯାଇଛି । କଂଗ୍ରେସ ତରଫରୁ ଦୁଷ୍ମନ୍ତ ରଣା ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ମ.ରାମପୁରର ଏହି ଜୋନରେ ଡ଼ୁଡ଼ୁକାରଞ୍ଜା, ବାରବନ୍ଧା, ସାଲେପାଲି, ମ.ରାମପୁର, ବମକ, ମୁଡ଼ିଙ୍ଗ, ସାଇଦଲଙ୍ଗା, ନୁନପୁର, ପଣ୍ଡକାମାଲ ଆଦି ୯ଗୋଟି ପଞ୍ଚାୟତକୁ ନେଇ ଗଠିତ ହେଇଥିବା ଏହି ଜୋନଟି ଏଥିପୂର୍ବରୁ ବିଜେପି, ତା ପୂର୍ବଥର ବିଜେଡ଼ି ଅକ୍ତିଆର କରିଥିବା ବେଳେ ଏଥର କାହା କବ୍‌ଜାକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

jittmm
Leave A Reply

Your email address will not be published.