ପାଣି ନେଇ ଯାଉଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା କାଉଡିଆଙ୍କ ଜୀବନ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମହାଦେବଙ୍କ ପାଖକୁ ପାଣି ଭାର ନେଇ ଯାଇଥାନ୍ତି କାଉଡ଼ିଆ ଭକ୍ତ ମାନେ । ସେହିପରି ଭଦ୍ରକ ଜିଲ୍ଲାର ତୃତୀୟ ସୋମବାର ପାଳିରେ ପାଟୁଲି ଅଂଚଳର ୩ ଜଣ କାଉଡ଼ିଆ ଭକ୍ତ ବେତାଳୀ ଗାଁ ଗାନ୍ଧୀଘାଟରୁ ପାଣି ନେଇ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଯାଉଥିବା ବେଳେ ଠିକ୍ ଆର୍‌ଡି ଫାଣ୍ଡି ସାମ୍ନାରେ କାହୁଁ ନାମକ ଯୁବକଙ୍କୁ ଏକ ସାପ କାମୁଡି ଦେଇଥିଲା । ସେହି ସ୍ଥାନରେ ଯୁବକ ଜଣଙ୍କର ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଆଉ ୨ ଜଣ କାଉଡ଼ିଆ ସାଙ୍ଗ ଆର୍‌ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ହେଲେ ସେଠି କୌଣଷି ଡାକ୍ତର ନ ଥିଲେ କି କୌଣସି ଆମ୍ବୁଲାନ୍ସ ନଥିଲା । ସେଠାରୁ ଫେରାଇ ଆଣି ଗୋଟାଏ ମେଡିସିନ ଗାଡ଼ିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟ ଘଟିଥିଲା । ମେଡିକାଲ୍ ପହଞ୍ଚିଲା ପରେ ଡାକ୍ତର ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ । କାହୁଁଙ୍କ ମୃତ୍ୟୁକୁ ନେଇ ଆର୍‌ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣଷି ଡାକ୍ତର ନ ଥିବା ଓ ଜିଲ୍ଲା ପ୍ରଶାସନର ଏଭଳି ଅବ୍ୟବସ୍ଥା ହେତୁ ଏଭଳି ହେଇଛି ବୋଲି ସାନ ଭାଇ ଓ ଆଉ ଦୁଇ ଜଣ କାଉଡ଼ିଆ ସାଙ୍ଗ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.