ଅଦିନିଆ ଝଡ ହେଲା କାଳ : ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୧୨ ବର୍ଷର ବାଳକଙ୍କ ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ରାତିରେ ହୋଇଥିଲା ଝଡ ବର୍ଷା ଆଉ ଝଡ଼ ବର୍ଷାରେ ଛିଣ୍ଡି ପଡିଥିଲା ବିଦ୍ୟୁତ୍‌ ତାର । ସେହି ଛିଣ୍ଡା ବିଦ୍ୟୁତ୍‌ ତାର ପାଇଁ ଜଣେ ୧୨ ବର୍ଷର ବାଳକ ଶକ୍ତି ସୁନାଙ୍କ ଚାଲିଯାଇଛି ଜୀବନ । ଘଟଣାଟି ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ମୁରିବାହାଲ ବ୍ଲକ ଅନ୍ତର୍ଗତ ଭୁଷଲାଡ଼ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଶକ୍ତିଙ୍କ ବାପା ମା’ ଦାଦାନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇଛନ୍ତି । ଶକ୍ତି ନିଜ ବଡ ଭଉଣୀଙ୍କ ସହ ଗାଁରେ ରହୁଥିଲେ । ନିଜ ପଡୋଶୀ ଘର ବାଡ଼ିକୁ ପାଣି ମଟର ପାଇଁ ଯାଇଥିବା ବିଦ୍ୟୁତ୍‌ ତାର ଗତକାଲି ରାତିରେ ହୋଇଥିବା ଝଡ ବର୍ଷାରେ ଛିଣ୍ଡି ପଡିଥିଲା । ଫଳରେ ଆଜି ଭୋରରୁ ଉଠି ଶକ୍ତି ପରିସ୍ରା କରିବା ପାଇଁ ବାହାରକୁ ବାହାରି ଥିବା ବେଳେ ଉକ୍ତ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇ ପଡି ଯାଇଥିଲେ । ପରେ ତାଙ୍କୁ ତାଙ୍କ ଖୁଡି ଦେଖି ଚିତ୍କାର କରି ସମସ୍ତଙ୍କୁ ଡାକିବା ସହ ଟିଟିଲାଗଡ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଦୁନିଆ ଦେଖିବା ଆଗରୁ ନିଷ୍ପାପ ବାଳକଟି ଆଖିବୁଜି ଦେଇଥିବାରୁ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.