ଗଞ୍ଜାମରେ ଫଗୁଣ ନବମୀ ଝାମୁ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲାମ୍ମା ମନ୍ଦିରରେ ଫଗୁଣ ନବମୀ ର ମାଁ ଏଲାମ୍ମା ଝାମି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ତ୍ରିନାଥ ଜେନାଙ୍କ ପ୍ରଥମେ ଡହ ଡହ ନିଆଁରେ ଚାଲିବା ପରେ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ନିଆଁରେ ଚାଲିଥିଲେ । ଏଲମ୍ମା ଙ୍କ ନିକଟରେ ଆଳତି ସହ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ବିଶେଷକରି ଦିନ ତମାମ ତେଲୁଗୁ ସମ୍ପ୍ରଦାୟ ଶ୍ରଦ୍ଧାଳୁ ମାନେ ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟାରେ ନିଆଁରେ ଚାଲିବା କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ବାଦ୍ୟବାଜଣାରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପାଞ୍ଚ ଦିନ ପୂର୍ବରୁ ବିଭିନ୍ନ ଗ୍ରାମ ମାଁ ଙ୍କ ଘଟ ପରିକ୍ରମା କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସୁବାଷ ଚନ୍ଦ୍ର ଜେନା ରାଜେନ୍ଦ୍ର ଜେନା, ସନ୍ତୋଷ ଜେନା, ଜିତେନ୍ଦ୍ର ଜେନା, ହର ପ୍ରସାଦ ଜେନା ପ୍ରଶାନ୍ତ ଜେନା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.