
ପାଟଣାଗଡ, (ଗୋରେଖନାଥ ବରିହା) : ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ତରଫରୁ ପାଟଣାଗଡ ବଂଜାରିସ୍ଥିତ ଗୋଶାଲା ଠାରେ ବନ ମହୋତ୍ସବ ଓ କୋସଲି କବିତା ଆସର “ଝକେର” ଆୟୋଜିତ ହୋଇଯାଇଛି । ଭକ୍ତବନ୍ଧୁ ବିଶ୍ୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେସନାଲ କଲେଜ ନୂଆପଡାର ପ୍ରାଧ୍ୟାପକ ଶିବପ୍ରସାଦ ସା ଅତିଥି ଭାବରେ ଯୋଗଦେଇ କୋଶଲି ଭାଷା ସାହିତ୍ୟର ସ୍ଥିତି ବିଷୟରେ ଆଲୋକପାତ କରିଥିଲେ । କୋଶଲି ଭାଷା ଉଚ୍ଚ ସ୍ତରୀୟ ଭାଷା ଅଟେ ତଥାପି ଏ ଭାଷାର ସାମ୍ବିଧାନିକ ମାନ୍ୟତା ହାସଲ ନିମନ୍ତେ ଆହୁରି ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ ମତ ବ୍ୟକ୍ତ କରିଥିଲେ । ସନ୍ତୋଷ କୁମାର ଦାଶ କବିତା ଆସର ପରିଚାଲନା କରିଥିବା ବେଳେ ଶଶିକାନ୍ତ ଧରୁଆ, ପ୍ରିୟବ୍ରତ ପଣ୍ଡା, ସାନ୍ତନୁ ବୁଧିଆ, କ୍ଷିରୋଦ୍ର କୁମାର ସାହୁ, ସନ୍ତୋଷ କୁମାର ଦାଶ, ଲାଲଚନ ବଗର୍ତ୍ତୀ କବିତା ପାଠ କରିଥିଲେ । ଏହାପରେ ଗୋଶାଲା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା । ରାଜେଶ ଶର୍ମା ତଥା ଅଞ୍ଚଳର ଅନେକ ଭାଷାପ୍ରେମୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧରମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।