ଯୋଗିନୀ ଉତ୍ସବ ‘ଝରିଏଲ୍’ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କଳାଶ୍ରୀ ଆର୍ଟ ଏକାଡେମୀ” ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ତମ ସର୍ବଭାରତୀୟ ଯୋଗିନୀ ମହୋତ୍ସବ “ଝରିଏଲ୍” ରାଜ୍ୟର ଏକାଧିକ ସ୍ଥାନରେ ଅନୁଷ୍ଠିତ ହେଉଛି । ଗତ ତା୦୧/୦୫/୨୦୨୨ ରବିବାର ଦିନ ଅନୁଷ୍ଠାନର ଆଦ୍ୟପିଠ କଳାତୀର୍ଥ ଭଇଁଷା ଠାରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଭକ୍ତି ସଂଗୀତ ପରିବେଷଣ କରିଥିଲେ ଆକାଶବାଣୀ କଳାକାର ଦିପ୍ତୀ ପ୍ରକାଶ ଦାସ, ବିକାଶ କୁମାର ଷଡଙ୍ଗୀ, ଆଦ୍ୟାଶା ପ୍ରିୟଦର୍ଶିନୀ, ଜମିଦାର ମେହେର, ଅଶୋକ କୁମାର ସାହୁ, ଅଲେଖ ସାହୁ, ପ୍ରାଣ ପ୍ରକାଶ ଦାସ ଏବଂ ଏହାକୁ ସଂଯୋଜନା କରିଥିଲେ ପ୍ରବକ୍ତା ପ୍ରଫୁଲ୍ଲ କୁମାର ପଣ୍ତା । ସମ୍ବର୍ଦ୍ଧନା ସଭାରେ ପାଟଣାଗଡ ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି, ବିଶିଷ୍ଟ ସଂଗୀତଜ୍ଞ ଡ.ଘାସିରାମ ମିଶ୍ର, ସମାଜସେବୀ ପ୍ରଭାକର ମିଶ୍ର, ଆଇନଜୀବୀ ଇନ୍ଦୁଭୁଷଣ ଠାକୁର, ବରିଷ୍ଟ କଳାସଂଗଠକ ଚନ୍ଦ୍ରଧ୍ବଜ ସିଂଭୋଇ, ଲୋୟର ସୁକତେଲ୍ ପ୍ରକଳ୍ପର ଅଧିକାରୀ ଶଙ୍କର୍ଷଣ ପଧାନ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଟ ଆଇନଜୀବୀ ତଥା ସମାଜସେବୀ ଜୟରାମ ମିଶ୍ର ଓ ସଂଯୋଜନା କରିଥିଲେ ସୁନାମଧନ୍ୟ ଉପସ୍ଥାପକ ମଧୁସୁଦନ ନାଏକ । ବଲାଙ୍ଗିର ଜିଲ୍ଲାରେ ଥିବା ଭାରତର ଐତିହାସିକ ଯୋଗିନୀ ପିଠ “ରାଣୀପୁର ଝରୀଏଲ୍”ର ସ୍ମୁତିକୁ ବହନ କରି ୨୦୦୮ରୁ ଆଜି ପର୍ୟ୍ୟନ୍ତ ରାଜ୍ୟର ଏକାଧିକ ସ୍ଥାନରେ ଆୟୋଜନ କରି ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଏହାକୁ ପ୍ରଚାର ପ୍ରସାର କରା ଯିବାର ଲକ୍ଷ ରଖାଯାଇ ଥିବାରୁ ମୁଖ୍ୟ ଅତିଥି ଏବଂ ସମସ୍ତ ମଞ୍ଚାସୀନ ଅତିଥି ଆୟୋଜକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇବା ସହିତ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଏହା ଆହୁରୀ ବ୍ୟାପକ ଭାବରେ ପ୍ରସାର ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ଗୁରୁ ଆଲୋକ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଦିପ୍ତୀପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଳାସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମାନପତ୍ର ପ୍ରଦାନ ସହିତ ସମ୍ମାନୀତ କରା ଯାଇଥିଲା । ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଶିଳ୍ପୀ ଶ୍ରୀମାନ ଶେଖର ସୁମନ ମାଝି ଏବଂ ଭରତନାଟ୍ୟମ ପରିବେଷଣ କରିଥିଲେ ଶିଳ୍ପୀ ରାଧେଶ୍ୟାମ ତରାଇ । ସ୍ଥାନୀୟ କଳାକାରମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ ଏବଂ ଉପସ୍ଥାପନା କରିଥିଲେ ମିନକେତନ ପଧାନ । କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିବାରେ ବିଶେଷ ସହଯୋଗ କରିଥିଲେ ଅନୁଷ୍ଠାନର ସଦସ୍ୟ ଗଦାଧର ପାତ୍ର, ବାବା ଗଙ୍ଗାଧର ପଟେଲ, ସ୍ବାଗତିକା ଦାସ, ପ୍ରିୟମ୍ବଦା ପଧାନ, ନେପାଳ ମେହେର, ବିନାୟକ ହୋତା, ମନୋଜ କୁମାର ବେହେରା, ଗୌର ସା, ଗୁରୁଦେବ ପର୍ଡିଆ, କୃତିବାସ ସାହୁ, ରବିଚନ୍ଦ୍ର ଦୀପ, ଯୁବରାଜ ସାହୁ, ସୁମନ ପଟେଲ, ନବିନ୍ ନାଏକ, ଛନ୍ଦାଚରଣ ସାହୁ ଏବଂ ଅନ୍ୟମାନେ । ମଞ୍ଚ ଏବଂ ଧ୍ବନୀ ସଂଯୋଜନା କରିଥିଲେ ନାଏକ ଟେଣ୍ଟହାଉସ ଭଇଁଷା ।

Leave A Reply

Your email address will not be published.