om academy

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ

jsm

ନୂଆଦିଲ୍ଲୀ : ଜେଇଇ ମେନ୍‌ ଏପ୍ରିଲ ମାସର ସେସନ ପରେ ବର୍ତ୍ତମାନ ମେ ମାସର ପରୀକ୍ଷା ସେସନକୁ ସ୍ଥଗିତ ରଖାଯାଇଛି ବୋଲି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନଟିଏ କହିଛି ଯେ ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ-ମେନ ୨୦୨୧ର ଦୁଇଟି ଅଧିବେଶନ ପରୀକ୍ଷା ହୋଇଯାଇଛି । ଏପ୍ରିଲ୍ ପରୀକ୍ଷା ୨୭, ୨୮ ଏବଂ ୩୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଦେଶରେ କରୋନା ସଂକ୍ରମତିଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜେଇଇ-ମେନ ଏପ୍ରିଲ ମାସର ପରୀକ୍ଷା ସେସନକୁ ସ୍ଥଗିତ କରାଯାଇଥିଲ । ତେବେ ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ର ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ୨୪ରୁ ୨୮ ମେ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଥାଉ କି ଯେ ଜେଇଇ-ମେନ ମେ ୨୦୨୧ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇନଥିଲା । ପରେ ପଞ୍ଜୀକରଣ ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି ଏନଟିଏ କହିଛି ।

Leave A Reply

Your email address will not be published.