tur
shyamlal

ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାପୀଠର ପ୍ରାକ୍ତନ ପ୍ରଥମ ଛାତ୍ର ହୃଷିକେଶ ହରିଚନ୍ଦନ ସଭାପତିତ୍ୱ କରିଥିବା ବେଳେ ପ୍ରାକ୍ତନ ଛାତ୍ର ତଥା ଶିକ୍ଷାବିତ ଗଙ୍ଗାଧର ବରାଳ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ପୂତ୍‌ର୍ତ୍ତ, ଅବକାରୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମର୍ଥା, ବିଦ୍ୟାପୀଠର ପ୍ରତିଷ୍ଠାତା ଶିକ୍ଷକ ରମେଶ ଚନ୍ଦ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଆଜିର ଶିକ୍ଷା ଏବଂ ଶିକ୍ଷକତା ପୂର୍ବ ଅପେକ୍ଷା ଯଥେଷ୍ଟ ପରିବର୍ତ୍ତନ ଘଟିଛି, ମାତ୍ର ଆଗ କାଳର ଝାଟିମାଟି କୁଡିଆ ଆଉ ଅବଧାନଙ୍କ ଚାଟଶାଳୀ ଠାରୁ ଆଜିର ଏହି କୋଠାବାଡିର ପାଠ ବହୁତ ପରିବର୍ତ୍ତନ ହୋଇଛି । ଖାଲି କୋଠାବାଡ଼ି ନୁହଁ ଆମର ମାନସିକତାର ମଧ୍ୟ ଅନେକ ଗୁଣରେ ପରିବର୍ତ୍ତନ ଘଟିଛି । ଡେଲାଙ୍ଗର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଉପରେ ଆଲୋକପାତ କରିବା ସହ ତରା ପୁଷ୍କରିଣୀ, ଆରଗଡ଼ ବୌଦ୍ଧସ୍ତୁପ, ପାହାଡ଼ ଶୀର୍ଷ ବିଶ୍ୱନାଥ ମନ୍ଦିର, ଗାନ୍ଧୀ ସ୍ମୃତି ପୀଠ ନେଇ ଏକ ପର୍ଯ୍ୟଟନ ହବ । ଡେଲାଙ୍ଗର ସର୍ବାଙ୍ଗୀନ ବିକାଶରେ ସହାଭାଗିତା ରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା “ଗୌରବ”କୁ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ଆଜିର ଏହି ଉତ୍ସବରେ ବହୁ ମାନ୍ୟଗନ ବ୍ୟକ୍ତି, ପୁରାତନ ଛାତ୍ର ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନଶିକ୍ଷକ ପର୍ଶୁରାମ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଲୁମିନି କମିଟିର କର୍ମକର୍ତ୍ତା -ପ୍ରସନ୍ନ କୁମାର ଛୋଟରାୟ, ହୃଷିକେଶ ହରିଚନ୍ଦନ, ପ୍ରେମାନନ୍ଦ ମହାନ୍ତି, ହରିହର ବଳବନ୍ତରାୟ, ପ୍ରଫୁଲ୍ଲ ପରିଡା, ପ୍ରଫୁଲ୍ଲ ମାଝୀ, ବିଘ୍ନେଶ ହରିଚନ୍ଦନ, ଜ୍ଞାନେନ୍ଦ୍ର ସାମନ୍ତରାୟ, କୌଶଲ୍ୟା ପାତ୍ର, ଡ଼କ୍ଟର ସରୋଜ କୁମାର ପଣ୍ଡା, ପ୍ରଶାନ୍ତ ଜେନା, ଗୋପୀନାଥ ହରିଚନ୍ଦନ, ଗଙ୍ଗାଧର ବରାଳ, କାହ୍ନୁ ଚରଣ ମାଝୀ, ମାର୍କଣ୍ଡ ମଙ୍ଗରାଜ, ବିପିନି ବଳବନ୍ତରାୟ, ରାମ ସାମନ୍ତସିଂହାର, ବିଶ୍ୱନାଥ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ହୃଷିକେଶ ହରିଚନ୍ଦନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.