oum

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଭାଗବତ ଜୟନ୍ତୀ ପାଳିତ

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ବଲାଙ୍ଗିର ଶାଖା ପକ୍ଷରୁ ଭାଗବତ ଜୟନ୍ତୀ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି । ଶାଖାର ସଂପାଦକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ପରିଷଦର ବରିଷ୍ଠ ସଭ୍ୟ ରାମଚନ୍ଦ୍ର ପଟେଇ ଯୋଗଦେଇ ଅତିବଡ଼ି ଜଗନ୍ନାଥ ଦାସ ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ଶାଖାର ସଂଯୋଜକ ବିରଂଚି ନାରାୟଣ ଦାଶ ସଭାକୁ ସଂଯୋଜନା କରିଥିଲେ । ସର୍ବ ପ୍ରଥମେ ରାଜ୍ୟ ଶାଖାର ସଭ୍ୟ ସୁଶ୍ରୀ ସଂଯୁକ୍ତା ପରିଚ୍ଛା ସ୍ୱ।ଗତ ଭାଷଣ ପ୍ରଦାନ କରିଥିଲେ । ତା’ପରେ ଶ୍ରୀମତୀ କସ୍ତୁରୀ ରଥ ଓମକାର ଧ୍ୱନି ଉଚ୍ଚାରଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରିଷଦର ନିଷ୍ପତ୍ତି ଅନୁସାରେ ପାଟଣାଗଡ ଶାଖା ପକ୍ଷରୁ ପାଟଣାଗଡ଼ର କାଳିଆକାହ୍ନୁ ମନ୍ଦିର, ସରସ୍ୱତୀ ଶିଶୁ ମନ୍ଦିର ଓ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାଗବତ ଜୟନ୍ତୀ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଭ୍ୟ ସତ୍ୟାନନ୍ଦ ବିଶ୍ୱାଳ, ସଂଯୁକ୍ତା ପାଣିଗ୍ରାହୀ, ପ୍ରତିମା ମେହେର ଆଦି ଯୋଗ ଦେଇଥିଲେ । ପରିଶେଷରେ ସଭ୍ୟା ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିବା ସହିତ ଶାନ୍ତି ପାଠ କରିବା ପରେ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.