ସୁନାଫୁଲ ପତ୍ରିକା ଲୋକାର୍ପଣ ଓ ଫକୀର ମୋହନଙ୍କ ଜୟନ୍ତୀ ପାଳିତ …..

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାହିତ୍ୟାନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ସୁନାଫୁଲ, ସୃଷ୍ଟି ଓ ସ୍ରଷ୍ଟା ପୁସ୍ତକ ଲୋକାର୍ପଣ ଉତ୍ସବ ଓ ମକର ମିଳନ ତଥା ବ୍ୟାସକବିଙ୍କ ଜୟନ୍ତୀ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ସୁନିଲ ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟଅତିଥି, ଇଂ. ଅଭୟ କୁମାର ଦାସ ଓ ବିଧିବିଧାନ ବୈଜ୍ଞାନିକ ଡଃ ଅଚ୍ୟୁତ କୁମାର ରଥ, କବି ଅକ୍ଷୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ମୁଖ୍ୟବକ୍ତା ଓ ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ର ସମ୍ବର୍ଦ୍ଧିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅନିଲ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନେ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା କରି କହିଲେ ଯେ ଓଡିଆ ଭାଷା ସାହିତ୍ୟ, ଜାତୀୟତାର ଜନକ ଥିଲେ ଫକୀର ମୋହନ । ତାଙ୍କ ଲେଖନୀରେ ସମାଜର ଦୋଷଦୂର୍ବଳତା, ଅନ୍ଧବିଶ୍ୱାସ, କୁସଂସ୍କାର ଚିତ୍ର ବେଶ ସ୍ପଷ୍ଟ ଭାବେ ଚିତ୍ରିତ ହୋଇଥିଲା । ସେ କେବଳ ଭାଷାପ୍ରେମୀ ନଥିଲେ, ସେଥିଲେ ଜାତିପ୍ରେମୀ ଓ ଦେଶପ୍ରେମୀ । ଲୋକ ମାନଙ୍କ ନିସୃତ କଥାକୁ ଆଧାର କରି ଲେଖନୀ ଚାଳନାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କ ସାହିତ୍ୟକୃତି ଆମ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛି । ସମାଜକୁ ଶକ୍ତିଶାଳୀ କରିବାକୁ ହେଲେ ସାହିତ୍ୟକୁ ପ୍ରଭାବଶାଳୀ କରିବାକୁ ପଡିବ । ଏହି ଅବସରରେ ଅତିଥି ମାନେ ଟିକିଟିକି ସୁନାଫୁଲର ନବବର୍ଷର ସଂଖ୍ୟା ଓ କବି ଅକ୍ଷୟ କୁମାର ପଟ୍ଟନାୟକଙ୍କ ” ସ୍ରଷ୍ଟା ଓ ସୃଷ୍ଟି ” ପୁସ୍ତକକୁ ଲୋକାର୍ପିତ କରିଥିଲେ । ସାହିତ୍ୟିକ ଭୂପେନ ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ସୁଶ୍ରୀ ଶୁଭଶ୍ରୀ ମହାନ୍ତି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ରାଜ୍ୟ ସଂଯୋଜକ ନିରଞ୍ଜନ କରଣ, ପୁଲିନ ରାଉତରାୟ, ପ୍ରଫୁଲ୍ଲ ସାମଲ, ହରିହର ଶତପଥୀ, ବିଭୁତି ଭୂଷଣ ଦାସ ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ । ସୁଶ୍ରୀ ଇପ୍ସିତା ପଣ୍ଡା ନୃତ୍ୟ ପରିବେଷଣ କରିଥିବା ବେଳେ ସାଂସ୍କୃତିକ ସଂପାଦିକା ନିରୁପମା ପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ଚରଣରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେଶ କୁମାର ମହାନ୍ତି, ବିଶ୍ୱରଂଜନ ପଟ୍ଟନାୟକ, ବବିତା ମହାଳିକ, ସୁପ୍ରଭା ଦାସ, ସୁଶାନ୍ତ ଦାସ, ଅଭିଜିତ୍ ବେହେରା, ସିଦ୍ଧାର୍ଥ ସୌମ୍ୟ ଦର୍ଶନ, କୁଂଜବିହାରୀ ରାଉତ, ଅକ୍ଷୟ ଦାସ, ଗୀତାରାଣୀ ବେହେରା, ସୁଶାନ୍ତ ନାୟକ, ସି.ଆର.ପଟ୍ଟନାୟକ, ମହେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.