ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଜମିଦାର ଲାଲ ଜଗନ୍ନାଥ ପ୍ରସାଦ ସିଂଦେଓଙ୍କ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ମିନି ଷ୍ଟଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ୍ ଏସୋସିଏସନ, ଜରାସିଂହା ଆନୁକୂଲ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଜରାସିଂହା ଜମିଦାର ସ୍ୱର୍ଗତ ଲାଲ ଜଗନ୍ନାଥ ପ୍ରସାଦ ସିଦେଓଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ସଭାପତିତ୍ୱ କରିଥିବା ବେଳେ ପ୍ରବୀର ସିଂନିନା, ଉମାଶଙ୍କର ସିଂ, ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ବିଏନ୍‌ଏଏ ସଭାପତି ପୁରୁଷୋତ୍ତମ ଥନାପତି, ସଂପାଦକ ରାଜକିଶୋର ସେଠ, ସରପଞ୍ଚ କୁଶମଣୀ ମେହେର, କୈଲାଶଚନ୍ଦ୍ର କର୍ତ୍ତି, ଅଂଶୁମାନ କର୍ତ୍ତି, ବୈଚନ୍ଦ୍ର ବଗର୍ତ୍ତି, ଲକ୍ଷ୍ମୀଧର ମହାନ୍ତି, ମମତା ସିଂଚିନ୍ଦା, ଜରାସିଂହା ଭଲିବଲ ଖେଲାଲୀ ଦଳ ସହ ଜରାସିଂହା ଗାଁ ବରିଷ୍ଠ ନାଗରିକ ଓ ଯୁବକମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.