oom

ଶ୍ରୀ ଶାଳେଶ୍ୱର ସପ୍ନେଶ୍ୱର ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ୨୦୨୩ ଅନୁଷ୍ଠିତ

jsmm

ଖୋର୍ଦ୍ଧା : ଚଳିତ ମାସ ୨୯ ଓ ୩୦ ତାରିଖରେ ଶ୍ରୀ ଶାଳେଶ୍ୱର ସପ୍ନେଶ୍ୱର ବିଦ୍ୟାପିଠ ଅଣ୍ଡାଗ୍ରାମର ରଜତ ଜୟନ୍ତୀ ପାଳିତ ହୋଇଯାଇଛି । ଗତକାଲି ପ୍ରଥମ ଅଧିବେଶନରେ ରଞ୍ଜନ ଦାସ, ମଧୁସୁଦନ ଦେ, ରମାକାନ୍ତ ମହାପାତ୍ର, ଅମ୍ବିକା ପ୍ରସାଦ ପଲେଇ, ନରହରି ନନ୍ଦ, ବିରୋଜିନି ସାମନ୍ତରାୟ, ସୁଧିର ଚନ୍ଦ୍ର ପ୍ରହରାଜ, ଧରଣୀଧର ମହାରଣା, ସଞ୍ଜୟ କୁମାର ବରାଳ, ହରେକୃଷ୍ଣ ଚମ୍ପତି, ପବିତ୍ର କୁମାର ବରାଳ ଓ ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିଲେ । ପ୍ରଧାନ ଶିକ୍ଷକ ସ୍କୁଲ ବିଷୟରେ ସମ୍ପାଦକୀୟ ପାଠ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ । ଏଥିସହିତ ପୁରାତନ ଛାତ୍ରଛାତ୍ରୀମାନେ ନିଜର ବିଦ୍ୟାଳୟର ଅନୁଭୂତି ପ୍ରକାଶ କରିଥିଲେ । ଏହା ସହିତ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ହବିବୁଲ୍ଲା ଖାଁ (ମୁନା ଖାଁ), ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ୧ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଦଳାଇ, ଡ. ଗଣେଶ୍ୱର ସ୍ୱାଇଁ ପ୍ରମୁଖ ନେତୃବୃନ୍ଦମାନେ ଉପସ୍ଥିତ ରହି ନିଜର ବକ୍ତବ୍ୟ ଅଭିବାଦନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର କିରାଣୀ ରବିନ୍ଦ୍ର କୁମାର ପ୍ରଧାନଙ୍କ ନିଜ କାର୍ଯ୍ୟ ଦିବସରୁ ଅବସର ପ୍ରଦାନ କରାଯାଇଥିଲା । ଏହି ସ୍କୁଲ ପ୍ରତିଥିବା ତାଙ୍କର ଉଦ୍ୟମ, ପ୍ରେରଣା ଓ କାର୍ଯ୍ୟ ଦକ୍ଷତାକୁ କେବେ ଭୁଲି ପାରିବା ନାହିଁ ବୋଲି ମତ ପ୍ରକାଶ ପାଇଛି । ବିଦ୍ୟାଳୟର ଅନେକ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ମାନୀତ କରାଯାଇଥିଲା । ସେହିପରି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହା ସହିତ ସମାରୋହରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହାକୁ ପରିଚାଳନା କରିବା ସହିତ ସୁନ୍ଦର ଆୟୋଜନ କରିପାରିଥିଲେ । ଏହାପରେ ନୂତନ ଭାବେ ପଢୁଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ କରାଯାଇଥିଲା ।

jittmm
Leave A Reply

Your email address will not be published.