ଧାମରା ସଂଘର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶ ଯେତେବେଳେ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥାଏ ଠିକ୍ ସେହି ସମୟରେ ଜଣେ ଜଣେ ଯୁଗ ପୁରୁଷମାନେ ଜନ୍ମ ନେଇଥାନ୍ତି । ବିପ୍ଳବୀ ତଥା ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜଣେ ସେହିପରି ଯୁଗ ପୁରୁଷ ଥିଲେ । ଯାହାଙ୍କର କଠୋର ପରିଶ୍ରମ ଦୃଢ଼ ନେତୃତ୍ୱ ସାରା ଓଡ଼ିଶାରେ ଇଂରେଜ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା, ଇରମ ଗୁଳିକାଣ୍ଡ ତାହାର ଜଳନ୍ତ ଉଦାହରଣ । ଏହାଥିଲା ବକ୍ତା ଅକ୍ଷୟ କୁମାର ଦାସଙ୍କ ବକ୍ତବ୍ୟ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଜାତୀୟ କବିଙ୍କର ମାତ୍ର ୪୧ ବର୍ଷର ଜୀବନ ମଧ୍ୟରେ କର୍ମମୟ ଜୀବନ ଥିଲା କୋଡ଼ିଏ ବର୍ଷ । କିନ୍ତୁ ଏହାରି ସେ ଭେଟିଥିଲେ ଭାରତର ଉତୁଙ୍ଗ ନେତା ମାନଙ୍କୁ । ସେହିମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଯୋଗଦାନ କରିଥିଲେ । ଅନ୍ୟତମ ବକ୍ତା ଶମ୍ଭୁନାଥ ପରିଡ଼ା ତାଙ୍କ ଜୀବନରେ ଅନେକ ଅନାଲୋଚିତ ଘଟଣା ଉପରେ ଆଲୋକପାତ କରିଥିଲେ । ଉପସଭାପତି ନିତ୍ୟାନନ୍ଦ ବିଶ୍ୱାଳ ସଭାପତିତ୍ୱ ଅଭିଭାଷଣ ଦେଇଥିବା ବେଳେ କବି ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘ ଅନ୍ୟତମ ସମ୍ପାଦକ ଅମୁଲ୍ୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ସ୍ବାଇଁ, ସଞ୍ଜୟ ସିଂ, ଶ୍ରୀପତି ଶୁକ୍ଳା, ଆଲୋକ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.