oom

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

jsmm

ନୀଳଗିରି : ପ୍ରଖର ରାଷ୍ଟ୍ରବାଦୀ ତଥା ଭାରତରତ୍ନ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ନୀଳଗିରି ନିର୍ବାଚନ ମଣ୍ଡଳୀରେ ମହାସମାରୋହରେ ପାଳନ ହୋଇଯାଇଛି । ନୀଳଗିରି ବିଜେପି ଅଫିସ ପରିସରରେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବରେ ବିଜେପି କର୍ମୀମାନେ ବାଜପେୟୀଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ହସ୍ପିଟାଲରେ ଫଳ ବଣ୍ଟନ କରାଯାଇଥିଲା । ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅସ୍ଥିଆଠାରେ ବିଧାୟକଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଉପସଭାପତି କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, ୨ ନମ୍ବର ଯୋନ ଜିଲ୍ଲାପରିଷଦ ପ୍ରାର୍ଥୀ ଉସାରାଣୀ ରାଉଳ, ୧୩ ନମ୍ବର ଜୋନ ମଣ୍ଡଳ ସଭାପତି ତାପଶ ମହାନ୍ତି, ପ୍ରଫୁଲ୍ଲ ଦଳେଇ, ବଳରାମ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ବାଜପେୟୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.