oom

ଗଞ୍ଜାମ ପ୍ରେସକ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସକ୍ଳବ ଓ ଦିଗଦର୍ଶନ ୟୁଥକ୍ଳବ ପକ୍ଷରୁ କୂଳବୃଦ୍ଧ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସକ୍ଲବ ଓ ୟୁଥକ୍ଲବ କର୍ମକର୍ତ୍ତା ଓ ସଦସ୍ୟମାନେ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ରହିଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମୁଁ ଭଲ ପାଠ ପଢିବି, କାଳିଆ ଘୋଡାରେ ଚଢିବି, ମଧୁବାବୁ ସଙ୍ଗେ ଲଢ଼ିବି ପଂକ୍ତିକୁ ନେଇ ସ୍ମୃତିଚାରଣ କରାଯିବା ସହ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନ୍ମ ମାଟିର ସେବା କରିବା ନିମନ୍ତେ ମତପ୍ରକାଶ ପାଇଥିଲା । ଗଞ୍ଜାମ ପ୍ରେସକ୍ଲବ ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର କୁମାର ତରାଇ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ସହ ସମ୍ପାଦକ ନିରଞ୍ଜନ ପରିଡା, ୟୁଥକ୍ଲବ ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ସାମ୍ବାଦିକ ବଟକୃଷ୍ଣ ରାଉଳ, କେ.ରଜନୀକାନ୍ତ ରେଡି, କୃଷ୍ଣ ଚନ୍ଦ୍ର ଦାଶ, ଭାରତୀ ବିଦ୍ୟାପୀଠ ବରିଷ୍ଟ ହିସାବ ରକ୍ଷକ ହରିହର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.