oom

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ନଗର ବିଜୁ ଜନତା ଦଳ ପକ୍ଷରୁ ଝଡର ଇଗଲ, ଇଣ୍ଡୋନେସିଆର ଭୂମିପୁତ୍ର, କଳିଙ୍ଗପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ସହର ସ୍ଥିତ ସାମନ୍ତରା ସାହିରେ ରହିଥିବା ବିଶିଷ୍ଟ ଜନନାୟକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେଡି ନେତୃ ମଣ୍ଡଳୀଙ୍କ ସହ ମହିଳା, ଛାତ୍ର ବିଜେଡି ଓ କର୍ମୀମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଗାମୀ ୨୪ ତାରିଖରେ ପୌରାଞ୍ଚଳ ନିର୍ବାଚନ ରହିଥିବାରୁ ଶତାଧିକ ବିଜେଡି ନେତା ଓ କର୍ମୀଙ୍କ ଏକତ୍ରିତ ଏକ ପ୍ରକାର ବିଜେଡିର ଶକ୍ତି ପ୍ରଦର୍ଶନ ପରି ପ୍ରତୀୟମାନ ହେଉଥିଲା । ଏଥିରେ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ବିଜେଡି ନଗର ସଭାପତି ପି.ରାଜୁ ରେଡି, ବିଜେଡି ଏନ୍‌ଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଜୁଲି ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକ, ବଡବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଯୁବନେତା ନିରଞ୍ଜନ ପରିଡା, ଜିତୁ ପଣ୍ଡା, ସୂର୍ଯ୍ୟା ପ୍ରଧାନ, ମନୋଜ ପ୍ରଧାନ, ପି.ଚନ୍ଦ୍ରଶେଖର, ସୁଧିର କୁମାର ପଲାଇ, ସୀମାଞ୍ଚଳ ସାହୁ, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.