oom

ଆଗାମୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୁରୁ ଜୟନ୍ତୀ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆରବି ହାଇସ୍କୁଲ ପରିସରରେ ଗତକାଲି ଆଗାମୀ ସାହିତ୍ୟ ସଂସଦ ତରଫରୁ ପ୍ରଜ୍ଞା ପୁରୁଷ ସ୍ୱର୍ଗତ ଡଃ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡଃ ପ୍ରମୋଦ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଆରବି ହାଇସ୍କୁଲ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପଣ୍ଡିତ ଆଶୁତୋଷ ମିଶ୍ର ମନ୍ତ୍ର ଉଚ୍ଚାରଣ ସହ ସ୍ୱର୍ଗତ ଗୁରୁଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟାନ୍ୟ ଅତିଥି ବୃନ୍ଦ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ । ଡଃ ଜୟ କେତନ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂସଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ବହିଦାର ବିବରଣୀ ପଠନ ସହିତ ସଂସଦର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱର୍ଗତ ଗୁରୁଙ୍କର ଏକ ଭକ୍ତି ଗୀତକୁ ପ୍ରାରମ୍ଭିକ ସଙ୍ଗୀତ ଭାବେ ପରିବେଷଣ କରିଥିଲେ । ଏହି ଅବସରରେ ଅଧ୍ୟାପକ ସନ୍ତୋଷ ମିଶ୍ରଙ୍କ ରଚିତ ସମ୍ବଲପୁରୀ କୋଶଲି ଭାଷାର କଥା ସରିତ ସାଗର ଓ ନାଟ୍ୟକାର ରାଜକୁମାର ସାହୁଙ୍କର ସାଏନ ତ ଜୀବନ ନାଟ୍ୟ ସଂକଳନକୁ ଲୋକାର୍ପିତ କରାଯାଇଥିଲା । ସ୍ୱର୍ଗତ ଗୁରୁଙ୍କର ଜୀବନୀ ଓ ସାରସ୍ୱତ କୃତିର ବିଭିନ୍ନ ଦିଗ ଉପରେ ଡଃ ବାଞ୍ଚାନିଧି ପଣ୍ତା, ପ୍ରଫୁଲ୍ଲ ପାଣିଗ୍ରାହୀ, ଅଧ୍ୟାପକ ସନ୍ତୋଷ ସିଂ ଠାକୁର, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ବିଦ୍ୟାଧର ଦାଶ, ଜିତେନ୍ଦ୍ରନାଥ ଗୁରୁ, ଅଧ୍ୟାପିକା ରୀତାଞ୍ଜଳି ଗୁରୁ ପ୍ରମୁଖ ଆଲୋକପାତ କରିଥିଲେ । ଗୁରୁଙ୍କ ସାରସ୍ୱତ କୃତିର ଅନୁବାଦ ତଥା ପ୍ରଶସ୍ତ ଆଲୋଚନା ପାଇଁ ସମ୍ବହ ମତପ୍ରକାଶ ପାଇଥିଲା । ସଂସଦର ଉପସଭାପତି ସଂଜୟ କୁମାର ବହିଦାର, ସଭ୍ୟ ସମାଜସେବୀ ନିରୋଜ ଦୋରା, ଟିକନୁ ସାହୁ, କରୁଣାକର ମେହେର, କିଶୋର ପାତ୍ର, କୁଞ୍ଜ ବିହାରୀ ସରାଫ, ତେନେସ ପଣ୍ତା ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.