oom

ପାଇକମାଲ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଦୀର୍ଘ ୬୨ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ବିଦ୍ୟାଳୟ ପରିସରରେ ଆଜି ଉଦ୍‌ଯାପିତ ଉତ୍ସବରେ ସଭାପତି ଅନିଲ କୁମାର କାଳିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସକାଳ ୧୦ଟାରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଉପରେ ଆଲୋଚନା ଅଂଶଗ୍ରହଣ କରିଥିଲେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ, ବିଇଓ ଚୁଡାମଣି ବାରିକ, ସସ୍ମିତା ସାହୁ, ଶ୍ୟାମଲାଲ ପ୍ରଧାନ । ଏହାପରେ ଆଲୁମିନି ମାନଙ୍କର ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଶିକ୍ଷକ ମୁକ୍ତେଶ୍ଵର ସାଗର, ଗୌରାଙ୍ଗ ପ୍ରଧାନ, ଚିତ୍ତରଞ୍ଜନ ମେହେର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ସଭାପତି ଅନିଲ କୁମାର କାଳିଆଙ୍କ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମହେନ୍ଦ୍ର କଛପ, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମହାଦେବ ବେହେରା ଓ ଡୋଲାମଣି ମାହାର ସଂଯୋଜନା କରିଥିଲେ ଏବଂ ପୁରାତନ ଛାତ୍ର ଜଗମୋହନ ତ୍ରିବେଦୀ, କୁସୁମ ରାଓ, ବିନୋଦ କାଲିଆ, ଗିରିଶ ନାୟକ, ବିଜୟ ରାଓ, ଡୋଲାମଣି ତ୍ରିପାଠୀ, ବିଜୟ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ଶରତ ବଡପଣ୍ତା, ଡା ଚୈତନ୍ୟ ସାହୁ, ରୋହିତ ମିଶ୍ର, ପ୍ରେମାନନ୍ଦ ଦେବତା, ନିମାଇଁ ଚରଣ ସ୍ୱାଇଁ, ଅଶୋକ ସାହୁ, ସଞ୍ଜୟ ସାହୁ, ଚିତ୍ତରଞ୍ଜନ ସରାଫ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.