ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତର ବଡ଼ବନ୍ଧ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ଦିନ ଉଦ୍ଘାଟିତ ହୋଇଥିବା ହୀରକ ଜୟନ୍ତୀ ବୁଧବାର ୨ୟ ଦିନ କାର୍ଯ୍ୟକ୍ରମରେ ଗାଁର ଗୌନ୍ତିଆ ତଥା ଦେଓଗାଁ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଭିମନ୍ୟୁ ମିଶ୍ର, ଜେଏନଭି ବେଲପଡ଼ାର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବର୍ଦ୍ଧନ ନାଏକ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସହ ବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ପଞ୍ଚମ ପାସ କରିଥିବା ପୁରାତନ ଛାତ୍ର ଅର୍ଜୁନ ପଧାନ ଓ ରାଧେଶ୍ୟାମ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ସମାବର୍ତ୍ତନ କମିଟିର ସଭାପତି ସୁଶିଲ ଚାନ୍ଦ, ଉପସଭାପତି ତଥା ବଡ଼ବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ସ୍କୁଲ ପରିଚାଳନା ସମିତି ସଭାପତି ଭବାନୀ ଶଙ୍କର ବଗର୍ତ୍ତି, ସଂପାଦକ ବିଶ୍ୱନାଥ ପୁରୋହିତ, ସହ ସଂପାଦକ ରାଘବ ଗଡ଼ତ୍ୟା ପ୍ରମୁଖ ସହଯୋଗ କରିଥିଲେ । ଅପରାହ୍ନ ୬ଟା ସମୟରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପଞ୍ଚମ ଅନୁଷ୍ଠାନ ବଲାଙ୍ଗିରର କଳାକାରମାନେ କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ବନ୍ଧ ଗାଁର ସମସ୍ତ ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଗାଁର ଶତାଧିକ ଲୋକ ଉପଭୋଗ କରିଥିଲେ ।