ଓଏସ୍‌ଏପି ବିଦ୍ୟାଳୟରେ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସ୍‌ଏପି, ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଚୌଧୁରଙ୍କ ସଭାପତିତ୍ଵରେ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୁନ୍ତଳା କୁମାରୀ ସାବତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଦ୍ୟାଳୟର ଛାତ୍ରୀ ସଂଗୀତ।ସାହୁ, ମାନସୀ ପାତ୍ର, କୁନ୍ତଳା କୁମାରୀ ସାବତଙ୍କ ଜୀବନୀ ଉପରେ ଲିଖିତ ପ୍ରବନ୍ଧ ପାଠ କରିଥିଲାବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ, ସଙ୍ଗୀତା ବିଶ୍ଵାଳ ଉତ୍କଳ ଭାରତୀଙ୍କ ଜୀବନୀ ଓ ସାହିତ୍ୟ ଉପରେ ଆଲୋଚନା କରି କହିଲେ, ତାଙ୍କ ରଚିତ ପ୍ରଥମ କବିତା, ତାରା ପ୍ରତି, ଅଞ୍ଜଳୀ ଉଚ୍ଛ୍ଵାସ, ଆହ୍ୱାନ, ଅଭିଶପ୍ତର ଅଭିମାନ, ପୂଜା ଏବଂ ଶେଫଳି ପ୍ରତି, ସୁନ୍ଦର କାବ୍ୟ ଓଡ଼ିଆସାହିତ୍ୟକୁ ପ୍ରାଣବନ୍ତ କରିଛି ବୋଲି କହିଥିଲେ । ନାଟ୍ୟକାର, କବି ଭାଷା ବିକାଶ ମଞ୍ଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର, ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ସ୍ଵାଧୀନତା ପାଇଁ ଯେତେବେଳେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲଢୁଥିଲେ, ସେହି ସମୟରେ ଓଡ଼ିଶାରେ ଯେଉଁ କେତେଜଣ ନାରୀ କବିଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଥିଲେ ଅନ୍ୟତମ । ସେ ଏକାଧାରାରେ ଥିଲେ ଜଣେ ଉଚ୍ଚମାନର ଲେଖିକା, ସଂପାଦିକା, ସେବିକା ସମାଜ ସଂସ୍କାରକ ଓ ବିପ୍ଳବୀ । ସେ କେବଳ କବିତା ଲେଖି ନଥିଲେ, ଭ୍ରାନ୍ତି, ନଅତୁଣ୍ଡି, କାଳୀ ବୋହୁୂ ପରସ ମଣି, ରଘୁଅରକ୍ଷିତ, ଆଦି ଅନେକ ସଫଳ ଉପନ୍ୟାସର ସ୍ରଷ୍ଟା ଥିଲେ । ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାପାତ୍ର କହିଥିଲେ । ସଭାପତି ଶ୍ରୀମତୀ ଗୌଧୁରୀ ତାଙ୍କ ବକ୍ତବ୍ୟରେ କହିଲେ ଓଡିଆ ଭାଷା ବିକାଶ ମଞ୍ଚ, ଓଡ଼ିଶାର ବରପୁତ୍ରମାନଙ୍କର ଯେଉଁ ଜୟନ୍ତୀ ଓ ସ୍ମୃତିସଭା ଆୟୋଜନ କରୁଛନ୍ତି ଏହା ଦ୍ଵାରା ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ସଂପର୍କରେ ସଚେତନ ହେଉଛନ୍ତି ବୋଲି କହିଥିବା ବେଳେ ବିଦ୍ୟାଳୟର ଛାତ୍ର ଶିବ ବିସୋଇ କୁନ୍ତଳା କୁମାରୀଙ୍କ କବିତା ଆବୃତି କରିଥିଲେ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଭାଗ ନେଇ ଅତିଥିଙ୍କ ଠାରୁ ପୁସ୍ତକ ଓ କଲମ ପୁରସ୍କାର ଗ୍ରହଣ କରିଥିଲେ । ଏହି ଜୟନ୍ତୀ କାର୍ଯ୍ୟକ୍ରମରେ, ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ଓ ଭାଷା ବିକାଶ ମଞ୍ଚର କର୍ମୀ ଧନଞ୍ଜୟ ମଲ୍ଲିକ ସହଯୋଗ କରିଥିଲେ ।

Leave A Reply

Your email address will not be published.