ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଗୀତା ଜୟନ୍ତୀ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ବାଲାଜୀ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଆୟୋଜିତ ହୋଇଥିଲା । ମନ୍ଦିରର ଯଜ୍ଞ ମଣ୍ଡପରେ ସକାଳ ସାଢେ଼ ସାତଟାରେ ଯଜ୍ଞାଚାର୍ଯ୍ୟ ଶରତ କୁମାର ମିଶ୍ର ଓ ନିରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଗୀତା ଯଜ୍ଞରେ ହର୍ଷବର୍ଦ୍ଧନ ବେହେରା ସସ୍ତ୍ରିକ୍ ଯଜ୍ଞର କର୍ତ୍ତା ଦାୟିତ୍ଵ ସମ୍ପାଦନ କରିଥିଲେ । ଦିନ ୧୧ଟାରେ ମନ୍ଦିର ପରିସରରେ ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ସମାଜସେବୀ ସୁଧାଂଶୁ ଶେଖର ନେଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ରମାକାନ୍ତ ପାଢ଼ୀ ମୁଖ୍ୟ ବକ୍ତା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ବିଶିଷ୍ଟ ଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଗୀତା ଗ୍ରନ୍ଥ ଓ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ଆୟୋଜିତ ସାମୁହିକ ଗୀତା ପଞ୍ଚଦଶ ଅଧ୍ୟାୟ ଆବୃତ୍ତି କାର୍ଯ୍ୟକ୍ରମରେ ୩୭ ଜଣ ପୁରୁଷ ମହିଳା ଗୀତା ଆବୃତ୍ତି କରିଥିଲେ । ଚଳିତ ବର୍ଷ ଚାରି ଜଣ ସମ୍ମାନିତ ଶିଶୁବକ୍ତା ଭାବରେ ଗୀତା ଉପରେ ଉପସ୍ଥାପନା କରିଥିଲେ । ଗୀତା ସମଗ୍ର ମାନବ ସମାଜ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ, ମାନବର ସମସ୍ତ ପ୍ରଶ୍ନର ଉତ୍ତର ଗୀତାରୁ ପାଇ ପାରିବେ । ଅବସାଦ ପରିଚାଳନାର ପୃଥିବୀର ଶ୍ରେଷ୍ଠ ଗ୍ରନ୍ଥ । ଏଣୁ ପ୍ରତିଦିନ ଗୀତା ପାଠ କରିବା ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ । ଏହି ଅବସରରେ ନବ ନିଯୁକ୍ତ ବିଜେପି ରାଜ୍ୟ ଉପ ସଭାପତି ଭବେନ୍ଦ୍ର କୁମାର ପଣ୍ଡା, ଆଇଆଇଟିରେ ୯୯.୬୬ ଶତକଡା ରଖି ଦିଲ୍ଲୀ ଆଇଆଇଟିରେ ଅଧ୍ୟୟନରତ ଅଂଶୁମାନ ଠାକୁର ଓ ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତାର ଲେଖିକା ସ୍ନେହଲତା ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ ଓ ଗୋଲାମୁଣ୍ଡା ବ୍ଲକ ବ୍ରାହ୍ମଣ ସମାଜର ସମ୍ପାଦକ ପ୍ରତାପ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ନଗର ସମ୍ପାଦକ ଶେଷଦେବ ମିଶ୍ର, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ସଭ୍ୟ ସନ୍ତୋଷ ଦାଶ, ଚକ୍ରଧର ଦାଶ, ଭୋଳାନାଥ ମିଶ୍ର, ପ୍ରଭାତ ବ୍ରହ୍ମା, ଅର୍ଚ୍ଚନା ମିଶ୍ର, ସୌଦାମିନୀ ପାଢ଼ୀ, ଅନୁପମା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.