ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର ଉଦ୍‌ଘାଟିତ, ସାମ୍ବାଦିକଙ୍କୁ ସମ୍ମାନିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ଶୁକ୍ରବାର ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ରାବଣ ଭୂମିକାରେ ଓଡିଶା ପ୍ରସିଦ୍ଧ ବରଗଡ ଧନଯାତ୍ରା କଂସ ମହାରାଜ ହୃଷିକେଶ ଭୋଇ ଅଭିନୟ କରୁଛନ୍ତି । ଯାହା ଫଳରେ ଅଞ୍ଚଳ ଚଳଞ୍ଚଳ ହୋଇପଡିଛି । ଏହି ଦରବାର ଦୀର୍ଘ ୫ ଦିନ ଧରି ଚାଲିବ । ଏହା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଜନ ଗହଳି ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକର ପ୍ରିଣ୍ଟ ମିଡ଼ିଆ ସାମ୍ବାଦିକମାନଙ୍କୁ ରାଜତ ଜୟନ୍ତୀ କମିଟି ତରଫରୁ ସମ୍ମାନିତ କରାଯାଇଛି । ଏଥିରେ ସାମ୍ବାଦିକ ପ୍ରମୋଦ ସେଲମା, ବିଶାଳ ଅଗ୍ରୱାଲ, ନାରାୟଣ ସାହୁ, ତରୁଣ ବେହେରାଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକମାନଙ୍କୁ ସଭାପତି ଶ୍ରୀ ସିଂ ଭୋଇ ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.