ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଆନୁକୂଲ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ଆବାହକତ୍ୱ ତଥା ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ଗୋପବନ୍ଧୁ ଥିଲେ ଓଡ଼ିଆ ଭାଷା ଜାତି ଅସ୍ମିତାର ପରିଚୟ । ତେବେ ସ୍ବାଧୀନତାର ୭୬ବର୍ଷ ପରେ ବି ଗୋପବନ୍ଧୁ ଦାସଙ୍କ ସ୍ବପ୍ନର ଓଡ଼ିଶା ଗଠିତ ହୋଇପାରିନାହିଁ । ଏହାସହ ସ୍ବତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ମହନ୍ତ, ନରେନ୍ଦ୍ର କୁମାର ରଣା, ତ୍ରିଲୋଚନ ମଥାନ ଓ ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉତ୍କଳମଣିଙ୍କ ଜୀବନାଦର୍ଶ ଓ ତାଙ୍କର କବ୍ୟ କବିତା ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପ୍ରତିମା, ମୀନା, ଶ୍ରଦ୍ଧା ଓ ମାନସ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ଦାଶଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଇଂ ଦାସ ସଭାପତିତ୍ୱ ଅଭିଭାଷଣ ସହ ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀ ସାମଲ ସମ୍ପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଚାନ୍ଦମଣି ବେହୁରା, ଅକ୍ଷୟ କୁମାର ନାୟକ, ବସନ୍ତ କୁମାର ଜେନା, ଧନଞ୍ଜୟ ଦାସ, ଅନିରୁଦ୍ଧ ଦାସ, ନାରାୟଣ ସାମଲ, ଶତୃଘ୍ନ ଜେନା, କପିଳେଶ୍ୱର ମହାରଣା, ଧରଣୀଧର ସାମଲ ପ୍ରମୁଖ ସହଯୋଗ କରିଥିଲେ ।
Next Post