oom

ହାପି ମୋମେଣ୍ଟ୍‌ସ୍‌ ଇଣ୍ଡିଆ ତରଫରୁ ଜୟଦେବ ଭବନରେ ଉତ୍କଳ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ

jsmm

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ରାଉରେକଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟ୍‌ସ୍‌ ତରଫରୁ ଜୟଦେବ ଭବନରେ ଊତ୍କଳ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆର୍ଯ୍ୟ ସମାଜର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟବକ୍ତା ରୂପେ ସିଦ୍ଧଗିରି ପୀଠର ମହନ୍ତ ବାବାଜୀ ବିଶ୍ୱନାଥ ଦାସ ମହାରାଜ, ସମ୍ମାନିତ ଅତିଥି ରୂପେ ଭାଷାବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥ ରୂପେ ବନ୍ଦନା ହରିଚନ୍ଦନ ଏବଂ ପ୍ରବୀଣା ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଓ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ବସନ୍ତ ସାହୁ, କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ପ୍ରଫେସର ସିଦ୍ଧାର୍ଥ ଜେନା, ଅଭିନେତା ଶ୍ରୀୟାନ ନାୟକ, ପ୍ରୀତି ଦଳେଇ, ସାମ୍ବାଦିକ ଅଞ୍ଜନ କୁମାର ଲେଙ୍କାଙ୍କ ସହ ଭାରତର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଉଦୀୟମାନ ପ୍ରତିଭାମାନଙ୍କୁ ସମାଜକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅତିଥିମାନେ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ଏବଂ ସଞ୍ଜିବ ପରିଡା ସଂଯୋଜନା କରିଥିଲେ । ଦିବାକର ଦାସ, ବିମଳ ଗାହାଣ, କବିତା ମହାନ୍ତି, ସୁଜାତା ନାୟକ ପରିଚାଳନାରେ ସହଯୋଗ କରିଥିଲେ । ଉପାଧ୍ୟକ୍ଷ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ସେବାସଙ୍ଘ ଓ ହାପି ମୋମେଣ୍ଟ୍‌ସ୍‌ ଇଣ୍ଡିଆ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.