ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଜୱାଦ ଏବେ ପଶ୍ଚିମ ଓଡିଶା ମୁହାଁ ହୋଇଥିବା ବେଳେ ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୂର୍ବରୁ ବାତ୍ୟା ‘ଜୱାଦ’ ଫନିଠାରୁ ଅଧିକ ପ୍ରଭାବଶାଳୀ ହେବ ବୋଲି କୁହାଯାଉଥିବାର ବେଳେ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ବାତ୍ୟା ‘ଜୱାଦ’ ଦୁର୍ବଳ ହେବାରେ ଲାଗିଛ । ସୂଚନା ମୁତାବକ, ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ‘ଜୱାଦ’ ନାଁ ଏଥର ଦେଇଛି ସାଉଦି ଆରବ । ଆରବୀ ଭାଷାରେ ଏହାର ଅର୍ଥ ହେଉଛି ଉଦାର ବା ଦୟାଳୁ । ଏବେ ପ୍ରଭାବ କମ୍ ହେବାରୁ ବାତ୍ୟା ‘ଜୱାଦ’ ଲୋକଙ୍କ ଉପରେ ଦୟା କରିଥିବା ଲୋକେ ଆଲୋଚେନା କରୁଛନ୍ତି । ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ଏକ ରୋମାଂଚକର ଅର୍ଥ ମଧ୍ୟ ରହିଥାଏ ।