ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

ମ. ରାମପୁର, (ହେମନ୍ତ ସାହୁ) : ଭକ୍ତି ଓ ବିଶ୍ୱାସର ପର୍ବ କାମନା ଦଣ୍ଡ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ । ତଳସାଗରପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ (କଲୋନୀ ପଡା), ଶୁଣ୍ଢୀପଡା, ବମକ ଆଦି ଦଣ୍ଡ ପୀଠ ନିଜର ୧୩ ଦିନାତ୍ମକ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । ଏହି ୧୩ ଦିନ ମ. ରାମପୁର ଅଞ୍ଚଳ ଚଳଚଞ୍ଚଳ ହୋଇପଡେ । ପ୍ରତିଦିନ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.