ରାଜ ଅତିଥି ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ଚକୋଟିଆ ଭୁଂଜିଆ ଦମ୍ପତି

ନୂଆପଡା, (କେପିଏନ୍‌ଏସ୍‌) : ଖାଲି ପାଦରେ ରାଜ ଅତିଥି ହେବାକୁ ଦିଲ୍ଲୀ ବାହାରିଲେ ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୂଞ୍ଜିଆ ଆଦିବାସୀ ଦମ୍ପତି । ସାଙ୍ଗରେ ନେଇଯାଇଛନ୍ତି ବନଜାତ ଦ୍ରବ୍ୟରେ ତିଆରି ସାମଗ୍ରୀ । ଯାହାକୁ ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଖୁଆଇବେ । ସୂଚନା ଥାଉକି, ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଭିତରେ ରହୁଥିବା ଭୁଞ୍ଜିଆ ଦମ୍ପତ୍ତି ଭୂଜବଳ ମାଝୀ ଓ କୁଞ୍ଜାବାଇ ମାଝୀ । ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ ଅତିଥି ହେବାକୁ ନିମନ୍ତ୍ରଣ ଆସିବା ପରେ ଆଜି ସେମାନେ ଦିଲ୍ଲୀ ଅଭିମୂଖେ ବାହାରିଛନ୍ତି । ଅନଭିଜ୍ଞ ଦୁଇ ଦମ୍ପତିଙ୍କ ଦାୟିତ୍ୱ ନେବା ପାଇଁ ଚକୋଟିଆ ଭୂଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ହିମାଂଶୁ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ପରମ୍ପରା ଅନୁସାରେ ଦୁଇ ଦମ୍ପତ୍ତି ଆଜି ଖାଲି ପାଦରେ ବାହାରିଥିବା ବେଳେ ପ୍ରଥମେ ଇଷ୍ଟଦେବୀ ମା’ ସୁନାଦେଇଙ୍କ ପାଖରେ ପୂଜାର୍ଚ୍ଚନା କରି ଗାଁ ପରିକ୍ରମା କରାଇଥିଲେ ଲୋକେ । ଘରେ ଘରେ ପିଢା ରଖି ଗୋଡ ଧୋଇ ଫୁଲମାଳ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Leave A Reply

Your email address will not be published.