ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ “ଜାତୀୟ ସମ୍ବିଧାନ ଦିବସ “ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ଃ. ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଫିସ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ସାମ୍ବିଧାନିକ ନୈତିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ ଓ ସମ୍ବିଧାନର ମୁଖପତ୍ରକୁ ନେଇ ଶପଥ ପାଠ କରାଯାଇ ଛାତ୍ରୀ ସ୍ମୃତିମଞ୍ଜୁସାଙ୍କ ଦ୍ୱାରା” ସାମ୍ବିଧାନିକ ନୈତିକତା ” ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ପାୱାର ପଏଣ୍ଟ ପ୍ରୋଜେକ୍ସନ ମାଧ୍ୟମରେ ନିଜନିଜର ମତାମତକୁ ଉପସ୍ଥାପନା କରିଥିଲେ । ସେହିପରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବିଧାନକୁ ନେଇ ଏକ ସଂଗୀତ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କଲମ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଶେଷରେ ମୋହିତରଞ୍ଜନଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସେମିନାରର ସମାପ୍ତି ଘୋଷଣା କରାଯାଇଥିଲା ।
Prev Post
Next Post