ନିଶାସକ୍ତ ଅବସ୍ଥାରେ ତଥା ରଙ୍ଗ୍ ରୁଟ୍‌ରେ ଗାଡି ଚାଳନା କରୁଥିବା ୧୨୨ ଜଣ ଚାଳକଙ୍କଠାରୁ ଜରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚଢଉ କରାଯାଉଛି । ଗତ ରାତିରେ ଚଢଉ ସମୟରେ ନିଶାସକ୍ତ ଅବସ୍ଥାରେ ତଥା ରଙ୍ଗ୍ ରୁଟ୍‌ରେ ଗାଡି ଚାଳନା କରୁଥିବା ୧୨୨ ଜଣ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ଲାଇସେନ୍ସ ବାତିଲ୍ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.