jayashree

ଜରାସିଂହା କନ୍ଧେନ୍‌ଜୋର୍‌ ନାଳା ରାସ୍ତା କାର୍ଯ୍ୟକ୍ଷମ କେବେ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବସ୍‌ ଷ୍ଟେସନରୁ କୁଲିହାବହାଲ ରାସ୍ତା ଯଥା ଜରାସିଂହାରୁ କୁଲିହାବାହାଲ ରାସ୍ତା ଉପରେ ଥିବା କନ୍ଧେନ୍‌ଜୋର୍‌ ନାଳା ଉପରେ ପୋଳ ନିର୍ମାଣ ବର୍ଷେ ହେଲା ଆରମ୍ଭ ହୋଇଛି । ପୋଳ କାମ ଶେଷ ହୋଇଥିବା ବେଳେ ଏପ୍ରୋଚ୍‌ କାମ ଆରମ୍ଭ ହୋଇନାହିଁ । ଯାହା ଫଳରେ ବିପଦ ପୂର୍ଣ୍ଣ ରାସ୍ତାରେ ଲୋକମାନେ ଯିବା ଆସିବା କରୁଛନ୍ତି । ପୋଳ ନିର୍ମାଣ ସରିଛି, କିନ୍ତୁ ବ୍ୟବହାର ଉପଯୋଗୀ ହୋଇ ନ ଥିବାରୁ ପୋଳ ନିକଟରେ ଦିଆଯାଇଥିବା ସୂଚନା ଫଳକରୁ ଜଣାପଡ଼ିଛି ଯେ, କେନ୍ଦ୍ର ସରକାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ଅର୍ଥରେ ଗ୍ରାମ୍ୟ ଉନ୍ନୟନ ବିଭାଗ ବଲାଙ୍ଗିରଙ୍କ ଦ୍ୱାରା ୮୧.୪୨ଲକ୍ଷ ଟଙ୍କାରେ କାମ କରାଯାଇଛି । ଗତ ୧୨/୭/୧୯ରେ କାମ ଆରମ୍ଭ କରାଯାଇଥିବା ବେଳେ ୧୧/୭/୨୧ରେ କାମ ଶେଷ ହେବା କଥା, କିନ୍ତୁ ଶେଷ ତାରିଖରୁ ପ୍ରାୟ ୧ ମାସ ବିତି ଯାଇଥିଲେ ମଧ୍ୟ ବହୁ ଦିନ ହେଲା ଯାହା ଥିଲା ତାହା ହିଁ ଅଛି । କେଉଁ କାରଣ ଯୋଗୁଁ ଶେଷ ହେଉ ନାହିଁ ସେହି ବିଷୟରେ ଜାଣିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଓ ଏଡିଓଙ୍କୁ ପଚାରିବାକୁ ଚେଷ୍ଟା କରାଯାଇଥିଲେ ମଧ ସମ୍ଭବ ହୋଇ ନାହିଁ । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକର ଏହି ରାସ୍ତାଟି ଅତି ଗୁରୁତ୍ୱ ପୂର୍ଣ୍ଣ । ଏହି ରାସ୍ତା ଦେଇ ସାଲେପାଲି ପଞ୍ଚାୟତର କୁଲିହାବାହାଲ, ମହଲାଇ ପଞ୍ଚାୟତର ମହଲାଇ, ବଗଡ଼ା ସହ ବଲାଙ୍ଗିର ତୁଷରା ଭାୟା ଆଟଗାଁକୁ ମିଶିଛି । ଏହି ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୋଳର, ପ୍ରୋଚ୍‌ ରାସ୍ତା ନ ହେବାରୁ ରାସ୍ତା ବିଛିନ୍ନ ହୋଇପଡ଼ିଛି । ତେଣୁ ଏହି ରାସ୍ତାକୁ ତୁରନ୍ତ ଖୋଳା ଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.