ଇସ୍‌କନ୍‌ ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ୧୮ରୁ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ କୃଷ୍ଣ ସଚେତନତା ସଙ୍ଗଠନ-ଇସ୍‌କନ୍‌ ପକ୍ଷରୁ ରାଉରକେଲାର ଭଞ୍ଜଭବନ ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହେବ । ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି । ୧୮ ତାରିଖରୁ ଆରମ୍ଭ ହୋଇ ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ତିନିଦିନିଆ ମହୋତ୍ସବରେ ନୃତ୍ୟ, ଚିତ୍ରାଙ୍କନ, କୌତୁକିଆ ପୋଷାକ ଆଦି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇ ପୁରସ୍କାର ଦିଆଯିବ । ଏହା ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ପୂଜାର୍ଚ୍ଚନା, ଆରତୀ ଓ ପ୍ରବଚନ ଆଦି ମଧ୍ୟ ଅନୁଷ୍ଠିତ ହେବ । ଚଳିତ ବର୍ଷ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛି ମାୟାପୁରୀ, ପଶ୍ଚିମବଙ୍ଗ ସମେତ ରୁସିଆରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା କୀର୍ତ୍ତନ । ଏହା ସହିତ ଇସ୍‌କନ୍‌ ସଂସ୍ଥାର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀଲ ପ୍ରଭୁପାଦଙ୍କ ୧୨୬ତମ ଜୟନ୍ତୀ ମଧ୍ୟ ପାଳନ ହେବ । କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସ୍ଥାନୀୟ ଇସ୍‌କନ୍‌ ଭାରପ୍ରାପ୍ତ ଅଧିକାରୀ ଶ୍ରୀଧାମ ଗୋବିନ୍ଦ ଦାସ ଓ ଅନ୍ୟମାନେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଆୟୋଜନ ସମିତିର ପି.କେ ରାଉତ, ପ୍ରଶାନ୍ତ ଭୁୟାଁ, ଦୁଃଶାସନ ବେହେରା ଓ ସୁବୋଧ ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆୟୋଜକମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.