କପିଳାଭଟାରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚନା କରାଯାଇଛି । ଏଥିରେ କର୍ତ୍ତା ଭାବେ ସରୋଜ ପୁଞ୍ଜି ଓ ତାଙ୍କ ସହ ଧର୍ମିଣୀ ସୁମୁଖୀ ପୁଞ୍ଜି ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ସୀତାରାମ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏହି ପୂଜାର୍ଚନା କରାଯାଉ ଥିବାରୁ ଗାଁ ପୁରା ଉତ୍ସବ ମୁଖର ହୋଇପଡିଛି । ଏଥିରେ ଆୟୋଜକ କମିଟିର ରାମଚନ୍ଦ୍ର ହଂସ, ନରଫଳ ହଂସ, ପ୍ରେମଲାଲ ହଂସ, ହୁଳେଶ୍ୱର ହଂସ, ନରେନ୍ଦ୍ର ପୁଞ୍ଜି, ସଞ୍ଜୟ ହଂସ, କର୍ଣ୍ଣ ହଂସ, ସୁଦର୍ଶନ ହଂସଙ୍କ ସହ ଗ୍ରାମବାସୀ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଆସନ୍ତାକାଲି ପୂର୍ଣ୍ଣାହୂତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.